ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜଣେ ସାମ୍ବାଦିକ ଦୁର୍ଘଟଣାର ଶିକାର ହେଉଛି । ମୃତ୍ୟୁସହ ସଂଗ୍ରାମ କରି ହସପିଟାଲର ଆଇସିୟୁରେ ଭର୍ତି ହେଉଛି । ଏମିତି ଏକ ଘଟଣା ସବୁ ସ୍ତରକୁ ଦୁଃଖ ପହଞ୍ଚାଇଥିବା ବେଳେ ସହାୟତାର ହାତ ବଢ଼ାଇବା ଲାଗି ସମସ୍ତେ ଆଗକୁ ମାଡି ଆସିଛନ୍ତି ।
ଯୁବ ସାମ୍ବାଦିକମାନେ ବି ନିଜ ପାରିବା ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ତେବେ ଏହାରି ଭିତରେ ସେମାନେ ଆଗେଇ ଆସିଛନ୍ତି ସହଯୋଗ କରିବା ଲାଗି ଯେଉଁମାନଙ୍କୁ ଆମେ ସର୍ବଦା ତାତ୍ସଲ୍ୟ ଏପରିକି ନ୍ୟୁଜ ଲାଗି ସମାଲୋଚନା କରିଥାଉ । ହଁ ଆମେ କହୁଛୁ ପୁଲିସ ସମ୍ପର୍କରେ । ଟିକିଏ କିଛି ହେଲେ ପୁଲିସକୁ ଦୋଷ ଲଦିବାକୁ ବି ଜମାରୁ ହେଳା କରି ନଥାଉ । କିନ୍ତୁ ଏପରିସ୍ଥଳେ ସବୁ କିଛି ଭୁଲି ଖୋଦ ସେହି ପୁଲିସ ବାବୁ ଆଗେଇ ଆସି ସହଯୋଗର ହାତ ବଢ଼ାଇଛନ୍ତି ସାମ୍ବାଦିକଙ୍କୁ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଏପଟେ କିନ୍ତୁ ଆଉ ଏକ ପ୍ରଶ୍ନ ସବୁ ସ୍ତରରେ ଆଲୋଚନାର ବିଷୟ ହୋଇଛି ।
ଆମେ କହୁଛୁ ପ୍ରେସ କ୍ଲବ ସମ୍ପର୍କରେ । ପ୍ରଶ୍ନ କାହିଁକି ହୋଇଛି ଏହି ପ୍ରେସ କ୍ଲବ? କ’ଣ ରହିଛି ଉଦ୍ଦେଶ୍ୟ? ଯେଉଁଠି ଜଣେ ସାମ୍ବାଦିକଙ୍କ ପାଇଁ ପୁଲିସଠୁ ନେଇ ସାଧାରଣ ଲୋକ ପର୍ଯ୍ୟନ୍ତ ଆହାପଦେ କହି ଆଗେଇ ଆସୁଛନ୍ତି ସେଠି କାହିଁକି ଦର୍ଶନ ମିଳୁନି ପ୍ରେସକ୍ଲବରେ ରହି ନାମକରା ବୋଲାଉଥିବା ବରିଷ୍ଠ ସାମ୍ବାଦିକଙ୍କର । କେବଳ ଏତିକି ନୁହେଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଗଠନ ହେବା ପୂର୍ବରୁ ଅନେକ କଥା କୁହାଯାଇଥିଲା । ଏକତା ରହିବାର ଦ୍ୱାହି ଦେଇ ରାଜଧାନୀର ଛାତି ଉପରେ ଠିଆ କଲେ ବିରାଟ ଅଟ୍ଟାଳିକା । ହେଲେ ଏକତା କେତେ ରହିଛି ଆଉ ସାମ୍ବାଦିକଙ୍କ ପାଇଁ କେତେ ଦରଦ ଏହି ଦୁର୍ଘଟଣାକୁ ଦେଖିଲେ ସହଜେ ଅନୁମେୟ ।
ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଯୁବକ ସାମ୍ବାଦିକ ମାନେ ଡ୍ୟୁଟି ସମୟରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । କିନ୍ତୁ ପରିତାପର ବିଷୟ କେବେ ବି ଆଗକୁ ଆସିବା ତ’ ଦୂରର କଥା ପାଖରେ ଛିଡା ହୋଇ ଆହା ପଦେ ବି ଜଣାଇ ନାହାନ୍ତି ଏଠାରେ ରହୁଥିବା ନାମକରା ସାମ୍ବାଦିକମାନେ । ଯାହାକୁ ନେଇ ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ପ୍ରେସକ୍ଲବ କାହା ସ୍ୱାର୍ଥରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
Sudhir mishra
Wastage of time and energy in putting comments on this subject.