ଭୁବନେଶ୍ୱର,୬ା୨/(ଏକ୍ସକ୍ଲ୍ୟୁସିଭ୍): ପୁଣି ଭାଇରାଲ ହୋଇଛି ଫଟୋ । ଏଥରକ ଟାର୍ଗେଟ କରାଯାଇଛି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଝିଅକୁ । ଏକ ହୋଟେଲ ଭିତରେ ଉଠାଯାଇଥିବା ନଗ୍ନ ଫଟୋକୁ ନେଇ ଚାଲିଛି ସବୁଠି ଚର୍ଚ୍ଚା । ବିଶ୍ୱସ୍ତସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ଫଟୋ ଆଜକୁ ୨/୩ବର୍ଷ ତଳେ ଉଠାଯାଇଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାଇରାଲ ହୋଇଥିବା ପୁଲିସ ବାବୁଙ୍କ ଝିଅ ବିବାହିତ । ତାଙ୍କ ସ୍ୱାମୀ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ଥିବା ଜଣାପଡିଛି । ତେବେ ବିବାହ ପରେ ଏଭଳି ଫଟୋ ଭାଇରାଲ ହେବା ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି । ସେପଟେ ୨ମିନିଟ୍ ୪୪ ସେକେଣ୍ଡ୍ର ଏକ ଭିଡ଼ିଓ ମଧ୍ୟ ଏହାର ଥିବା କୁହାଯାଉଛି ।
ତେବେ ଏଟିଆର୍ ନ୍ୟୁଜ୍ ହାତରେ ଲାଗିଛି କେବଳ ୩ଟି ଫଟୋ । କେବଳ ଏତିକି ନୁହେଁ ଏହି ଭାଇରାଲ ପଛରେ କାହାର ହାତ ରହିଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଫଟୋରୁ କେହି ନିଜ ଲୋକ ହିଁ ଏହା ଉଠାଇଥିବା ସ୍ପଷ୍ଟ ହେଉଛି ।