ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ସ୍ମୃତିସ୍ଥଳରୁ ତାଙ୍କ ଝିଅ ନମିତା କୌଲ ଅସ୍ଥିକୁ ସଂଗ୍ରହ କରି ଗତ ରବିବାର ଦିନ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ କରିଥିଲେ । ଏହି ଅସ୍ଥି ବିସର୍ଜନ କାର୍ଯ୍ୟରେ ବହୁ ବଡ ବଡ ରାଜନେତାମାନେ ଯୋଗ ଦେଇଥିଲେ । ବାଜପେୟୀଙ୍କ ଅସ୍ଥିକୁ ୧୦୦ରୁ ଉର୍ଦ୍ଧ ନଦୀରେ ବିସର୍ଜନ କରିବାର ଯୋଜନା ରହିଛି ।
ସେହିପରି ଆସନ୍ତା ୨୨ ତାରିଖରେ ବାଜପେୟୀଙ୍କ ଅସ୍ଥିକୁ ଓଡିଶା ଅଣାଯିବ ବୋଲି ସୂଚନା ମିଳିଛି । ଅସ୍ଥି ଓଡିଶା ପହଁଚିବା ପରେ ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଦିଆଯିବ । ତାପରେ ୨୩ ତାରିଖ ଦିନ ବିଶାଳ ଶୋଭାଯାତ୍ରା ଯୋଗେ ବାଜପେୟୀଙ୍କ ଅସ୍ଥିକୁ ପୁରୀ ଅଭିମୁଖେ ନିଆଯିବା ସହ ମହୋଦଧିରେ ଅସ୍ଥି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।