ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ମହୁ ଖୁବ୍ ଲାଭଦାୟକ । ଏହା ବିଭିନ୍ନ ରୋଗକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶରୀରରେ ଶକ୍ତି ବଢାଇବାରେ ମହୁ କିପରି ଫାଇଦା ହୋଇଥାଏ ।
ମହୁ ସେବନ ବ୍ୟାୟମ କରୁଥିବା ଲୋକଙ୍କ ପାଇଁ ଫାଇଦା ହୋଇଥାଏ । ଏହାଦ୍ୱାରା ଶରୀରରେ ଶକ୍ତି ଠିକ୍ ରହିବା ସହ ଗ୍ଲାଇକୋଜନର ଆଭାବ ପୂରଣ ହୋଇଥାଏ । ସେଥିପାଇଁ ଆପଣଙ୍କ ଡାଇଟ୍ ରେ ନିଶ୍ଚିତ ଭାବେ ମହୁ ସାମିଲ କରନ୍ତୁ । ପ୍ରତିଦିନ ଗୋଟେ ଚାମଚ ମହୁ ସେବନ କରି ପାରିବେ ।
ପ୍ରାୟତଃ ଛୋଟ ପିଲାଙ୍କ ପେଟରେ କୀଟପତଙ୍ଗ ସମସ୍ୟା ଦେଖିବାକୁ ମିଳିଥାଏ । ଏହାଦ୍ୱାରା ଭୋକ ନଲାଗିବା,ରାତିରେ ଶୋଇବା ସମୟରେ ମୁଁହରୁ ଲାଳ ବାହାରିବା ଏବଂ ପେଟ ଦରଜ ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ ଆପଣ ମହୁରେ ଭିନେଗାର ଏବଂ ପାଣି ମିଶାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟରେ ଥିବା କୀଟ ମରିଯାଇଥାନ୍ତି ।