ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଗଭୀର ଅବପାତର ରୂପ ନେଲା ଲଘୁଚାପ । ଦିଗ ବଦଳାଇଲା ବର୍ଷା । ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷିବ ଲଘୁଚାପ ବର୍ଷା । ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର ଓଡିଶା ଏବଂ ଆଖପାଖରେ ଘନୀଭୂତ ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇସାରିଛି । ତେବେ ମୋଟା ମୋଟି ଭାବେ କହିବାକୁ ଗଲେ ବର୍ଷା ଏବେ ପଶ୍ଚିମ ମୁହାଁ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ନବରଙ୍ଗପୁର, କେନ୍ଦ୍ରାପଡା, ଝାରସୁଗୁଡା, ବରଗଡ, ସମ୍ବଲପୁର, ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଲଘୁଚାପ ବର୍ଷା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ୱେଲମାର୍କର ରୂପ ନେବ ବୋଲି ଜଣାପଡିଛି । ପୁର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଥିବା ବର୍ଷା ଏବେ କିଛି ମାତ୍ରାରେ କମିିଥିବା ଦେଖାଦେଇଛି । ଆଜି ସକାଳ ସୁଦ୍ଧା ଚାନ୍ଦବାଲିରେ ୧୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡାରେ ୩୮ ମିଲିମିଟର, ପୁରୀରେ ୨୮ ମିଲିମିଟର ଓ ଭୁବନେଶ୍ୱରରେ ୭ ମିଲିମିଟର, ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଆଭ୍ୟନ୍ତରୀଣ ଓଡିଶାରେ ଗତ ୩-୪ ଦିନ ହେବ ପ୍ରବଳ ବର୍ଷା ହୋଇଛି । କେତେକ ସ୍ଥାନରେ ଛୋଟ ଧରଣର ବନ୍ୟା ମଧ୍ୟ ସୃଷ୍ଟି ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ର ପରିମାଣ କମିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।