ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିବାର ଦିନ କୌଣସି ନୂତନ ଜିନିଷ କିଣନ୍ତୁ ନାହିଁ କାରଣ ଏହାଦ୍ୱାରା ପରିବାରକୁ ବିପତି ଆସିପାରେ । ଶନିବାର ଦିନ ଭଗବାନ ହନୁମାନ ଏବଂ ଶନିଦେବଙ୍କୁ ଆରଧନା କରିବା ଦ୍ୱାରା ଆପଣଙ୍କ ବିଗିଡି ଯାଇଥିବା କାମ ପୂରଣ ହୋଇଯାଇଥାଏ । ଏହି ଦିନରେ କିଛି ଜିନିଷ କିଣିବାଠାରୁ ଦୂରେଇ ରୁହନ୍ତୁ ।
ଶନିବାର ଲୁହାରେ ନିର୍ମିତ ଜିନିଷ କିଣନ୍ତୁ ନାହିଁ ବରଂ ଦାନ କରନ୍ତୁ । ବିଶ୍ୱାସ ରହିଛି କି ଏହି ଦିନ ଲୁହା ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଘରେ ସୁଖ ଓ ଶାନ୍ତି ବଳବତ୍ତର ରହିଥାଏ । ଏହି ଦିନ ଆପଣ ଶନିଦେବଙ୍କ ଉପରେ ତେଲ ଚଢାଇ ପ୍ରସନ୍ନ କରିପାରିବେ । ପରିବାରରେ ଥିବା ସମସ୍ୟାକୁ ଦୂର କରିବା ପାଇଁ କଳା ତେଲ ଚଢାନ୍ତୁ । ଏହାଦ୍ୱାରା ବିପଦ ଟଳି ଯାଇଥାଏ । ସେଥିପାଇଁ ଆପଣ ଗୋଟେଦିନ ପୂର୍ବରୁ କଳା ତେଲ କିଣି ରଖିଦିଅନ୍ତୁ । କାରଣ ଶନିବାର ତେଲ କିଣାବା ଦ୍ୱାରା କାୟାରେ ବାଧା ସୃଷ୍ଟି ହୋଇଥାଏ । ଆପଣଙ୍କର କାର୍ଯ୍ୟ ବିଗିଡି ଯିବାର ସମ୍ଭାବନା ଥାଏ ।
ବିଶେଷଜ୍ଞଙ୍କ ମତରେ ଏହି ଦିନ କଇଁଚି କିଣିବା ଠାରୁ ଦୂରେଇ ରୁହନ୍ତୁ । କାରଣ ଏହାଦ୍ୱାରା ପରିବାରରେ ଝଗଡା ହୋଇଥାଏ । ସେଥିପାଇଁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ଛାତ୍ର ଛାତ୍ରୀ ହୋଇଥାନ୍ତି ତେବେ ଆପଣ ଏହିଦିନ ପେନ୍, ନୋଟବୁକ୍ ଆଦି କିଣନ୍ତୁ ନାହିଁ । ଏହା ପାଇଁ ଶ୍ରେଷ୍ଠ ଦିନ ହେଉଛି ଗୁରୁବାର । ସବୁଠାରୁ ବଡ କଥା ହେଲା ଶନିବାର ଭୁଲ୍ ରେ ବି ଲୁଣ କିଣନ୍ତୁ ନାହିଁ । ଏହାଦ୍ୱାରା କରଜ ବଢିଥାଏ ।