ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ଆସନ୍ତକାଲି ଭାରତ ବନ୍ଦ । ତୈଳଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଚାଲିବନି ଯାନବାହାନ ଗଢିବନି ଅଖଚକ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ । ଭାରତ ବନ୍ଦ ପାଇଁ ଅଣ୍ଟା ଭିଡିଛି ରାଜ୍ୟ କଂଗ୍ରେସ । ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି କଂଗ୍ରେସକର୍ମୀ । ଏହା ଭିତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବେଶ ବର୍ଷିଛନ୍ତି କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ଆସନ୍ତାକାଲି ଭାରତବନ୍ଦ ଡାକରା ଦେଇଥିବା କଂଗ୍ରେସ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି । ସ୍କୁଲ, କଲେଜ ବସ , ଆମ୍ବୁଲାନ୍ସ , କ୍ଷୀରଗାଡି,ମେଡିସିନ ଷ୍ଟୋର ଓ ପରୀକ୍ଷାର୍ଥୀ ମାନଙ୍କୁ ଏହି ବନ୍ଦରୁ ବାଦ ଦିଆଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।
କଂଗ୍ରେସ ମୁଖିଆ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜ୍ୟ କଂଗ୍ରେସଭବନରୁ ଏକ ବିଶାଳ ସଚେତନତା ରାଲି ବାହାରିଛି । ଆସନ୍ତାକାଲି ଭାରତବନ୍ଦ ଡାକରାକୁ ସଫଳ କରିବାକୁ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ବହୁ ପ୍ରଶ୍ନ ମଧ୍ୟ କରିଛନ୍ତି । ଶ୍ରୀଲଙ୍କା ଓ ପାକିସ୍ତାନରେ ପେଟ୍ରୋଲ ଦର ବହୁ କମ ଥିବା ବେଳେ ଭାରତରେ କାହିଁକି ବେଶି ରହିଛି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି । ନିଜ ଶାସନ କାଳରେ କେଉଁଠି ବିକାଶ ହୋଇଛି ସେ ସମ୍ପର୍କରେ ଜବାବ ବିଜେପିକୁ ଜବାବ ମାଗିଛି ରାଜ୍ୟ କଂଗ୍ରେସ । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଥିବା ନିରଞ୍ଜନ ଅଭିଯାଗ କରିଛନ୍ତି ।