ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ପୁଣି ହୋଇପାରେ ଜୋରଦାର ବର୍ଷା । ତା’ ସାଙ୍ଗକୁ ଘଡ଼ଘଡି ଓ ପବନ ହୋଇପାରେ । ତେଣୁ ୬ଟି ଜିଲ୍ଲାକୁ ସର୍ତକ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ରାତି ୯ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି ।
ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଗଜପତୀ, ରାୟଗଡ଼ା ଓ କୋରାପୁଟ ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।