ରାଜସ୍ଥାନ (ଏଟିଆର ବ୍ୟୁରୋ ) ; ବାଧିଲା ତେଲଦର ବୃଦ୍ଧି । ଅଣ୍ଟା ଭିଡିଲା ବସୁନ୍ଧରା ସରକାର । ଏଣିକି ୨ ହଜାର କୋଟିର ଆର୍ଥିକ ବୋଝ ସହିବ ରାଜସ୍ଥାନ ସରକାର । ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ କମାଇଲେ ରାଜସ୍ଥାନର ବିଜେପି ସରକାର । ରାଜସ୍ଥାନରେ ହ୍ରାସ ହେଲା ତୈଳ ଦର । ଆଜି ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୪% ଭ୍ୟାଟ କମାଇଛନ୍ତି । ଏଭଲି ନିଷ୍ପତି ନେଇଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ଏଣିକି ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ୨.୫ ଟଙ୍କା ହ୍ରାସ ପାଇଛି । ଦିର୍ଘ ଦିନ ହେବ ରାଜ୍ୟରେ ତେଲଦର ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ବଢୁଥିବାରୁ ବାସୁନ୍ଧରା ରାଜେ ଏପରି ନିଷ୍ପତି ନେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ରାଜସ୍ଥାନ ସରକାର ପେଟ୍ରୋଲ ଉପରେ ୩୦% ଭ୍ୟାଟ୍ ଆଦାୟ କରୁଥିବା ବେଳେ ଡିଜେଲ୍ ଉପରେ ୨୨% ଭ୍ୟାଟ୍ ଆଦାୟ କରୁଥିଲେ। ଆଜି ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୪% ଭ୍ୟାଟ ଅର୍ଥାତ ଲିଟର ପିଛା ୨.୫ ଟଙ୍କା ହ୍ରାସ କରିଛନ୍ତି । ଏଣିକି ପେଟ୍ରୋଲ ଉପରେ ୨୬% ଓ ଡିଜେଲ ଉପରେ ୧୮% ଭ୍ୟାଟ ଆଦାୟ ହେବ ବୋଲି ଖୋଦ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି । ତେବେ ଏପରି ନିଷ୍ପତି ଦ୍ୱାରା ବହୁ କ୍ଷତି ସହିବ ରାଜ୍ୟ ସରକାର । ତୈଳ ଦର ଉପରୁ ଭ୍ୟାଟ ହ୍ରାସ ପାଇଁ ୨୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ରାଜସ୍ଥାନ ସରକାରଙ୍କ ଉପରେ ପଡିବ ବୋଲି ଜଣାପଡିଛି ।