ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଅଧିକାର ଏବଂ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଆଗାମୀ ୨୩, ୨୪ ଓ ୨୫ ତାରିଖରେ ପୁରୀଠାରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସମିତି ବୈଠକ ଅନୁଷ୍ଠିତ ହେବ ।
୨୩ ତାରିଖ ଦିନ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ ଏବଂ ୨୪ ତାରିଖ ଦିନ ବିଶାଳ ମହିଳା ସମାବେଶ ହେବ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଆସନ୍ତା ୨୩ ତାରିଖ ଦିନ ହେବାକୁ ଥିବା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକରେ କେନ୍ଦ୍ର ଓ ରାଜ୍ୟ ମହିଳା ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ମହିଳା କେନ୍ଦ୍ରମବୀ ଓ ସାସଂଦଙ୍କ ସମେତ ସମସ୍ତ ରାଜ୍ୟର ମହିଳା ସଭାନେତ୍ରୀ ତଥା ସାଧାରଣ ସଂପାଦିକା ମାନେ ଯୋଗ ଦେବେ ।
ସେହିପରି ଆସନ୍ତା ୨୪ ତାରିଖ ଦିନ ହେବାକୁ ଥିବା ବିଶାଳ ମହିଳା ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହତକର ଯୋଗଦେବେ । ଏହି ଅବସରରେ ଶ୍ରୀ ଶାହା ମହିଳା ସମାବେଶକୁ ଉଦ୍ବୋଧନ ଦେବା ସହ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ଉଦଘାଟନ କରିବେ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।
ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ମା’ ଉଉଣୀମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଶାସକ ବିଜେଡି ମହିଳାଙ୍କୁ ସ୧ାନ ଦେବାର ନାରା ଦେଇ ସବୁ ସମୟରେ ଅପମାନିତ କରି ଚାଲିଛି । ନାରୀ ଏଠି ନ୍ୟାୟ ନପାଇ ନିଜ ଜୀବନ ହାରୁଛି । ରାଜ୍ୟସରକାର ଗାଁ ଗାଁ ରେ ମଦ ଦୋକାନ ଖୋଲି ମଦର ବନ୍ୟା କରୁଥିବାରୁ ଘରୋଇ ମହିଳା ହିଂସା ବଢିବାରେ ଲାଗିଛି । ଅସାମାଜିକ ଯୁବକ ମାନେ ମାତାଲ ହୋଇ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରିଚାଲିଛନ୍ତି ।
ମହିଳା ସୁରକ୍ଷା ଯାତ୍ରା ସମୟରେ ରାଜ୍ୟ ମହିଳା ମୋର୍ଚ୍ଚାର ନେତ୍ରୀମାନେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ମହିଳାଙ୍କ ଦୁଃଖରେ ସାମିଲ ହେବା ସହ ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ଆଗାମୀ ଦିନରେ ରାଜ୍ୟର ମହିଳାମାନେ ସ୍ୱତଃପ୍ରବୃତ ଭାବେ ଏହି ମହିଳା ବିରୋଧୀ ସରକାରକୁ ମୂଳୋତ୍ପାଟନ କରିବାର ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀମତୀ ପରିଡା ଦୃଢୋକ୍ତି ପ୍ରକାଶ କରିଛନ୍ତି । ପୂର୍ବତନ ସାସଂଦ ଶ୍ରୀମତୀ ସଂଗୀତା ସିଂହଦେଓ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।