କଟକ (ଏଟିଆର ବ୍ୟୁରୋ ) ; ରାତି ପାହିଲେ ଗଣେଷ ପୂଜା । ଏଥିପାଇଁ ସାରା ଦେଶ ହୋଇଉଠିଛି ଉତ୍ସବ ମୂଖର । ଶ୍ରୀ ଗଣେଷଙ୍କ ଆବାହନ ପାଇଁ ସହର ଠାରୁ ପ୍ରତେକ ପୁର ପଲ୍ଲୀରେ ପ୍ରସ୍ତୁତି ଚୁଡାନ୍ତ ପଯ୍ରା୍ୟୟରେ ପହଞ୍ଚିଛି । ତେବେ କଟକ ସହର ମଧ୍ୟ ବାଦ ପଡିନି । କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସରି ସାରି ଆସିଲାଣି । ସହରରେ ବଢିଚାଲିଛି ପ୍ରତିଯୋଗିତାର ମାହୋଲ । କେଉଁଠାରେ ମେଢ଼କୁ ଗୁରୁତ୍ୱ ଦିଆଯାଇ ସେଥିରେ ଚାନ୍ଦି ଲଗା ଯାଉଛି ତ ଆଉ କେଉଁଠାରେ ମୂର୍ତ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଗଜାନନଙ୍କୁ ଯାକଜମକରେ ଆବାହାନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।
କଟକର ଶ୍ରୀକ୍ଷେତ୍ର ନଗର ପୂଜା କମିଟି ତରଫରୁ ଚଳିତ ବର୍ଷ ୫୦ ଫୁଟ୍ ଉଚ୍ଚତାର ବିଶାଳ ମୂର୍ତ୍ତି ସ୍ଥାପନ କରାଯାଇଛି । ୫୨ତମ ବର୍ଷରେ ପଦାର୍ପଣ କରିଥିବା ଏହି ଶ୍ରୀକ୍ଷେତ୍ର ନଗର ପୂଜା କମିଟି ଚଳିତ ବର୍ଷ ଭେଟି ଦେଉଛନ୍ତି ସହରର ସବୁଠାରୁ ବୃହତ ଗଣେଷ ପ୍ରତିମା । ୩.୫ ଲକ୍ଷ ଟଙ୍କା ବ୍ୟୟଅଟକଳରେ ୫୦ ଫୁଟ୍ ର ଏହି ବିଶାଳ ଗଣେଷ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ପ୍ରଭୁ ଗଣେଷଙ୍କ ଲାଗି ୫୦ କେଜିର ଳଡୁ ଭୋଗର ବ୍ୟବସ୍ଥା କରାଯାଇଛି ।