ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅଳ୍ପକେ ବର୍ତ୍ତିଯାଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଆଉ ଟିକେ ହୋଇଥିଲେ କଣ ଯେ ହୋଇଥାନ୍ତା ତାହା ଭାବିବା ମୁସ୍କିଲ । ଏକ ଓଡିଆ ସିନେମାର ସୁଟିଂ ସାରି ଫେରୁଥିବା ବେଳେ ଉଗ୍ରବାଦୀଙ୍କ ଆକ୍ରମଣର ସେ ଶିକାର ହୋଇଥିବା କୁହାଯାଉଛି । ଘଟଣାଟି ଘଟିଛି କାଶ୍ମିରରେ । ତେବେ ଭାଗ୍ୟ ଭଲ ଏକ ବଡ଼ ଅଘଟଣରୁ ରକ୍ଷା ପାଇଛନ୍ତି ଅନୁଭବ ମହାନ୍ତି ।
ରିପୋର୍ଟ ଅନୁସାରେ, କାଶ୍ମିରର ଦୁଢ଼ପଟନୀକୁ ଏକ ଫିଲ୍ମ ସୁଟିଂରେ ଅନୁଭବ ଯାଇଥିଲେ । କେବଳ ସେ ଏକାନୁହନ୍ତି ତାଙ୍କ ସାଙ୍ଗରେ ଥିଲେ କ୍ୟାମେରାମ୍ୟାନ ରବୀନ୍ଦ୍ର ବେହେରା, ମେକଅପ ମ୍ୟାନ ରାଜକିଶୋର ଓ ସୁଜିତ ଦଳେଇ । ସେହିପରି ଆଉ ଏକ ଗାଡିରେ ଫିଲ୍ମ ନିର୍ଦ୍ଦେଶକ ତାପସ ସରଘରିଆ ମଧ୍ୟ ଥିବାର ଖବର ମିଳୁଛି । ତେବେ ସମସ୍ତେ ସୁଟିଂ ସାରି ଫେରୁଥିବା ବେଳେ ଅଚାନକ ରାସ୍ତାରେ ଗୁଳିମାଡ଼ ହୋଇଥିଲା । ଆତଙ୍କବାଦୀଙ୍କୁ ପାଲଟା ଗୁଳି ଚଳାଉଥିଲେ ପୁଲିସ ।
ଫଳରେ କିଛି ସମୟ ରାସ୍ତା ଉପରେ ହିଁ ଫୁଟିଥିଲା ଗୁଳି । ତେବେ ଅନୁଭବଙ୍କ ଗାଡି ଡ୍ରାଇଭର ସେଠାରୁ ଖସିଯିବାକୁ ଚେଷ୍ଟା କରି ଗାଡି ଦୃତଗତୀରେ ନେବାକୁ ଚେଷ୍ଟା କରୁଥିବା ବେଳେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ତଥାପି ଉପସ୍ଥିତ ବୁଦ୍ଧି ଯୋଗୁ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରିଥିଲେ । ଫଳସ୍ୱରୂପ ସମସ୍ତେ ସୁରକ୍ଷିତ ଅଛନ୍ତି ।