ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆସାମରେ ବନ୍ୟା ପରିସ୍ଥିତି । ଅସମ୍ଭାଳ ହେଉଛି ନଦୀର ଜଳରାଶି । ଜଳ ଘେରରେ ଜୀବନ ବିତାଉଛନ୍ତି ୧ଲକ୍ଷ ଲୋକେ । ଆସାମର ୬ ଟି ଜିଲ୍ଲାରେ ଭୟାନକ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅରୁଣାଂଚଳ ପ୍ରଦେଶରେ ଲଗାତାର ବର୍ଷା ଫଳରେ ବ୍ରହ୍ମପୁତ୍ର ଏବଂ ଏହାର ସହଯୋଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହାର ପ୍ରଭାବରେ ଅସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ଧେମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ବାରପେଟା, ମାଜୁଲୀ ଏବଂ ଦିବ୍ରୁଗଡ ଜିଲ୍ଲାରେ ବନ୍ୟାର ଭୟାନକ ରୂପ ଦେଖିବାକୁ ମିଳିଛି । ସେଠାକାର ସରକାର ତଳିଆ ଅଞ୍ଚଳର ଲୋକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଚା ସ୍ଥାନକୁ ନେବା ଲଗି ପ୍ରୟାସ ଚଳାଇଛି ।
ତେବେ ବର୍ତ୍ତମାନ ଯାଏ କାହାର ମୃତ୍ୟୁ ହୋଇନଥିବା ଜଣାପଡିଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ଧିରେ ବଢୁଥିବା ବେଳେ ରାଜ୍ୟ ସରକାର ପରିସ୍ଥିତିକୁ ସମ୍ଭାଳିବା ଲାଗି ପ୍ରସ୍ତୁତ ରହିଥିବା ଜଣାପଡିଛି । ତେବେ ଆସାମରେ ବନ୍ୟା ଘେରରେ ଫସି ରହି ୧,୩୮,୯୮୫ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ସେପଟେ ଏବେଯାଏ ଆସାମରେ କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି ।