ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଶେଷରେ ବିକ୍ରି ହେଲା ବିଶ୍ୱ ପ୍ରସିଦ୍ଧ ଟାଇମ ମାଗାଜିନ । ୧୯ କୋଟି ଡଲାରରେ ବିକ୍ରି ହେଲା ଟାଇମ ମାଗାଜିନ । ଏଣିକି ଟାଇମ ମାଗାଜିନର ନୂଆ ମାଲିକ ହେଲେ ସେଲ୍ସଫୋର୍ସର ସହ –ସମ୍ପାଦକ ବେନିହୋଫ ଦମ୍ପତି । ଗତ ରବିବାର ଦିନ ଟାଇମ ମାଗାଜିନ ର ପୁର୍ବ ମାଲିକ ମେରେଡିଥ ଏପରି ଘୋଷଣା କରିଛନ୍ତି । ସେ ସେଲ୍ସଫୋର୍ସର ୪ ଜଣ ସହ-ସମ୍ପାଦକଙ୍କ ମଧ୍ୟରୁ ବେନିହୋଫ ଦମ୍ପତିଙ୍କୁ ମାଗାଜିନ ବିକ୍ରି କରିଥିବାର ସୂଚନା ଦେଇଛନ୍ତି । ମାର୍କ ବେନିହୋଫ ଓ ତାଙ୍କ ପତ୍ନି ଲାଇନି ବେନିହୋଫଙ୍କ ଭଳି ଆଗ୍ରହୀ କ୍ରେତା ପାଇ ବେଶ ଖୁସୀ ବୋଲି ମେରେଡିଥ କହିଛନ୍ତି ।
ସେପଟେ ଟାଇମ ମାଗାଜିନ ଏକ ବିଶ୍ୱ ପ୍ରସିଦ୍ଧ ମାଗାଜିନ ଓ ୯୦ ବର୍ଷ ଧରି ଏହା ସେହି ସମୟର ସବୁଠାରୁ ବଡ ଘଟଣାକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଥାଏ ବୋଲି ନୂଆ ମାଲିକ ମାର୍କ ବେନିହୋଫ କହିଛନ୍ତି । ଏଭଳି ଏକ କମ୍ପାନୀକୁ କିଣିବା ଭାଗ୍ୟର କଥା ବୋଲି ବେନିହୋଫ କହିଛନ୍ତି । ଅନ୍ୟପଟେ ଟାଇମ ପତ୍ରିକାର ପ୍ରତିଦିନ କାର୍ଯ୍ୟ ଓ ମାଗାଜିନ ସମ୍ବନ୍ଧୀୟ କୌଣସି ନିଷ୍ପତି ବେନିହୋଫ ଦମ୍ପତି ନେବେ ନାହିଁ ବୋଲି ଜଣା ପଡିଛି । ଏ ସବୁ କାମ ଟାଇମ ମାଗାଜିନରେ କାମ କରୁଥିବା ପରିଚାଳନା କମିଟି ବୁଝିବ ।