ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଜି ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚ ଖେଳିବାକୁ ପଢିଆକୁ ଓହ୍ଲାଇବ । ହଂକଂ ବିରୋଧରେ ପ୍ରଥମ ମ୍ୟାଚ ଖେଳି ଭାରତ ତାର ଅଭିଯାନ ଆରମ୍ଭ କରିବ । ସେପଟେ ବିଶ୍ରାମରେ ଅଛନ୍ତି ନିୟମିତ ଅଧିନାୟକ ବିରାଟ କୋହଲି । ବିରାଟଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ଏଭଳି ପରିସ୍ଥିତିରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଭିଜ୍ଞତା ଦଳ ପାଇଁ ବରଦାନ ସାଜିବ । ଧୋନିଙ୍କ କଳା ,କୌଶଳ ରୋହିତ ବାହିନୀକୁ ଅନେକ ମାତ୍ରାରେ ସାଥ ଦେବ ।
ଅବଶ୍ୟ ହଂକଂ ବିପକ୍ଷ ମ୍ୟାଚ ଭାରତ ପାଇଁ ଆସୁବିଧା ସୃଷ୍ଟି କରିବ ନାହିଁ । ହଂକଂକୁ ହରାଇବା ଭାରତ ପାଇଁ ସେତେଟା କଷ୍ଟସାଧ୍ୟ ହେବ ନାହିଁ । ଦଳରେ ବିରାଟଙ୍କ ଅଭାବ ଥିଲେ ବି ଅଭିଜ୍ଞ ଖେଳାଳୀ ମାନେ ଏକାକୀ ଦଳକୁ ଜିତାଇବାରେ କ୍ଷମତା ରଖିଛନ୍ତି । ତେବେ ହଂକଂ ବିପକ୍ଷରେ ଭାରତ କିଭଳି ପଦର୍ଶନ କରୁଛି ତାହା ବେଶ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ତେବେ ବଡ କଥା ହେଉଛି ହଂକଂ ବିପକ୍ଷ ମ୍ୟାଚ ପରେ ଅର୍ଥାତ ଆସନ୍ତା କାଲି ଭାରତର ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ କୁ ଭେଟିବ ରୋହିତ ସେନା । ଆସନ୍ତାକାଲି ଭାରତ – ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ଥିବାରୁ ଏହା ଆଜିର ମ୍ୟାଚରେ ଭାରତୀୟ ଖେଳାଳୀ ମାନଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରିବ ବୋଲି ଜଣାପଡିଛି । ଆଜିର ହଂକଂ ବିପକ୍ଷ ମ୍ୟାଚ ଖେଳି ଭାରତ ନିଜର ଶକ୍ତି ଓ ଖେଳାଳୀ ମାନଙ୍କ ଦକ୍ଷତାର ପରୀକ୍ଷା କରିବ ।
ସେପଟେ ଏସିଆ କପରୁ ବିଦା ହୋଇଛି ଶ୍ରୀଲଙ୍କା । ଏସିଆ କପରେ ଦେଖାଯାଇଛି ବଡ ବିପର୍ଯ୍ୟୟ । ଅଫଗାନିସ୍ତାନଠାରୁ ହାରି ଏସିଆ କପରୁ ବାଦ ପଡିଛି ଶ୍ରୀଲଙ୍କ।। ଭଳି ଦଳ । ପୂର୍ବରୁ ବାଂଲାଦେଶଠାରୁ ମଧ୍ୟ ଶ୍ରୀଲଙ୍କା ପରାଜୟ ବରଣ କରିଥିଲା । ଯାହାର ପ୍ରଭାବରେ ଶ୍ରୀଲଙ୍କା ଚଳିତ ଏସିଆ କପରୁ ବିଦାୟ ନେଇଛି । ସେପଟେ ଭାରତ ମଧ୍ୟ ଚିନ୍ତାରେ ପଡିଛି । ଶ୍ରୀଲଙ୍କା ଭଳି ଦଳକୁ ଦୁର୍ବଳ ଦଳ ଗୁଡିକ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବା କାରଣରୁ ଭାରତ ତାର ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରୁଛି ।