ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆରଏସଏସ ମୁଖରେ କଂଗ୍ରେସର ପ୍ରଶଂସା । ଭାଗବତଙ୍କ ତୁଣ୍ଡରେ ଦେଶ ପ୍ରତି କଂଗ୍ରେସର ଅବଦାନର ଗାଥା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରିଚାଳକ ମୋହନ ଭାଗବତ କଲେ କଂଗ୍ରେସକୁ ପ୍ରଶଂସା । ସ୍ୱାଧୀନତା ସଂଗ୍ରାମରେ ଜାତୀୟ କଂଗ୍ରେସର ଅବଦାନ ବେଶ ରହିଥିବା ସ୍ୱିକାର କରିଛନ୍ତି ମୋହନ ଭାଗବତ । ଭାରତକୁ ସ୍ୱାଧୀନତା ଦେବା କ୍ଷେତ୍ରରେ କଂଗ୍ରେସର ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହିଛନ୍ତି ଖୋଦ ଆରଏସଏସର ସଂଘ ପରିଚାଳକ ।
ଖାଲି ସେତିକି ନୁହେଁ କଂଗ୍ରେସ ଦେଶକୁ ବହୁ ମହାନ ମହାନ ବ୍ୟକ୍ତିତ୍ୱ ଦେଇଥିବା ମଧ୍ୟ କହିଛନ୍ତି ଭାଗବତ । ଦିଲ୍ଲୀର ବିଜ୍ଞାନ ଭବନରେ ଏକ ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଯୋଗଦେଇ ମୋହନ ଭାଗବତ ଏପରି ମନ୍ତବ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ‘ ଭାରତର ଭବିଷ୍ୟତ: ଏକ ଆରଏସ୍ଏସ୍ ଦୃଷ୍ଟିକୋଣ’ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଶ୍ରୀ ଭାଗବତ ପାଖାପାଖି ୮୦ ମିନିଟ କାଳ ଭାଷଣ ଦେଇ ଏପରି ମତ ରଖିଛନ୍ତି ।
ସେପଟେ ଏହି କାର୍ଯ୍ୟକ୍ରମରେ ଭାରତରେ ବିବିଧତା ମଧ୍ୟରେ ଏକତା ପ୍ରସଙ୍ଗରେ ମଧ୍ୟ ଶ୍ରୀ ଭାଗବତ ଆଲୋଚନା କରିଥିଲେ । ଭାରତ ଏକ ବିବିଧତାରେ ପରିପୂର୍ଣ୍ଣ ଦେଶ ବୋଲି ସେ କହିଛନ୍ତି । ଆରଏସଏସ ନିଜର ଅତୂଳନୀୟ କାଯ୍ୟ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଅଗ୍ରସର ହୋଇଛି । ସମଗ୍ର ବିଶ୍ୱରେ ଶାନ୍ତି ସ୍ଥାପନ ଆରଏଇଏସର ମୂଳଲକ୍ଷ୍ୟ ବୋଲି ସେ କହିଛନ୍ତି । ସମସ୍ତ ପ୍ରକାର ମନ୍ଦକୁ ଦୂର କରି ସମାଜରେ ଶାନ୍ତି ଓ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଆରଏସଏସ ନିଜ କାର୍ଯ୍ୟକୁ ଏକାଗ୍ରତାର ସହ କରୁଛି ବୋଲି ନିଜ ଭାଷଣରେ ମୋହନ ଭାଗବତ କହିଛନ୍ତି ।