ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୋଜପୁରୀ ଫିଲ୍ମର ସୁପରଷ୍ଟାର ଅରବିନ୍ଦ ଅକେଲା କଲ୍ଲୁଙ୍କ ଗୀତ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହି କ୍ରମରେ ତାଙ୍କର ପୁଣି ଏକ ‘ମୋଦି ଏବଂ ଯୋଗୀ ସରକାରଙ୍କ’ଗୀତ ଭାଇରାଲ ହେବାରେ ଲାଗିଛି ।
ଗାୟକ କଲ୍ଲୁ ଏହି ଗୀତଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗାଇଛନ୍ତି । ଏକ ସାକ୍ଷାତକାରରେ କଲ୍ଲୁ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏହି ଗୀତ ତାଙ୍କ ତରଫରୁ ଏକ ଛୋଟିଆ ଭେଟି । ଯେଉଁଥିରେ ସେ ନରେନ୍ଦ୍ର ମୋଦି ଏବଂ ବିଜେପିର ଦିଗଜ ନେତାମାନଙ୍କ ପାଇଁ ମାତା ରାଣୀଙ୍କ ପାଖରେ ଆର୍ଶିବାଦ ମାଗୁଛନ୍ତି । ତାଙ୍କର ଏହି ଗୀତକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।
ସେପ୍ଟମ୍ବର ୧୭ ରେ ଆଦିଶକ୍ତି ଫିଲ୍ମସ୍ ଦ୍ୱାରା ୟୁଟୁବ୍ ରେ ଅପଲୋଡ କରାଯାଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯୨,୬୮୧ ଥର ଦେଖା ସରିଲାଣି ।