କେନ୍ଦୁଝର (ଏଟିଆର ବ୍ୟୁରୋ): ରାଜ୍ୟରେ ଅନେକ ସ୍ଥାନରେ ଆଜି ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ । ବାରମ୍ବାର ସଚେତନତା ଜାରି କରାଯିବା ପରେ ମଧ୍ୟ ସାମାନ୍ୟ ରୋଗ ହେଲେ ଚେଙ୍କ ଦେବା ପ୍ରଥା ଉଠିନାହିଁ । ଫଳରେ ଏହି ଅନ୍ଧ ବିଶ୍ୱାସ ଆଳରେ ଚାଲି ଯାଉଛି ଅନେକ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଅଞ୍ଚଳରେ ।
କେନ୍ଦୁଝର କାଞ୍ଜିପାଣି ଗାଁରେ ଥିବା ଏକ ପରିବାରରେ ଜନ୍ମ ହୋଇଥିବା ୧୫ ଦିନର ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଛି । ଶିଶୁ କନ୍ୟାକୁ ଗୁରୁତର ଭାବେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ସାମାନ୍ୟ ପେଟ କାଟିବାରୁ ଜେଜେମା ଏଭଳି ଚେଙ୍କ ଦେଇଥିବା ସୂଚନା ମିଳିଛି ।