ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିକ୍କିମର ପ୍ରଥମ ବିମାନବନ୍ଦର ଉଦଘାଟନ କରିବେ । ଏହି ବିମାନବନ୍ଦର ଆରମ୍ଭ ହେବା ଦ୍ୱାରା ସିକ୍କିମକୁ ସହଜରେ ସଂଯୋଗ କରିହେବ । ଏଠାକାର ଲୋକଙ୍କ ପାଇଁ ସୁବିଧା ହୋଇଯିବ । ଏହି ବିଷୟରେ ଖୋଦ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଜଣାଇଛନ୍ତି । ଗତ ରବିବାର ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ , ସେ ଝାରଖଣ୍ଡର କାର୍ଯ୍ୟକ୍ରମ ପରେ ସିକ୍କିମ ପାଇଁ ବାହାରିବେ । ସେଠାରେ ସେ ପେକୱୋଙ୍ଗ ବିମାନବନ୍ଦରର ଉଦଘାଟନ କରିବେ । ଏହି ବିମାନବନ୍ଦର ସିକ୍କିମବାସୀଙ୍କୁ ଭଲ ସଂଯୋଗ କରିବାରେ ସହାୟକ ହେବ ।
ସିକ୍କିମରେ ୨୦୦୯ରୁ ବିମାନବନ୍ଦର ପାଇଁ ଭିିତ୍ତିପ୍ରସ୍ତର କରାଯାଇଥିଲା । ଦୀର୍ଘ ୯ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରର ଉଦଘାଟନ କରିବେ । ସିକ୍କିମ ର ମୁଖ୍ୟ ସେକ୍ରେଟାରୀଙ୍କ କହିବାନୁଯାୟୀ ବିମାନବନ୍ଦରଟି ଗ୍ୟାଙ୍ଗଟକ ଠାରୁ ୩୩ କିଲୋମିଟର ଦୂରରେ ନିର୍ମାଣ କରାଯାଇଛି । ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ପଶ୍ଚିମବଙ୍ଗର ବାଗଡୋଗରା ଠାରୁ ୧୨୪ କିଲୋମିଟର ଦୂରରେ ରହିଛି ଯାହା ସମୁଦ୍ରର ଜଳ ସ୍ତର ଠାରୁ ୪୫୦୦ ଫୁଟ ଉଚ୍ଚରେ ।
ଏହି ବିମାନବନ୍ଦର ନିର୍ମାଣ କରିବା ପାଇଁ ୬୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।