ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ମୋଦିଙ୍କୁ ମିଳିଲା ଚାମ୍ପିଆନ୍ସ ଅଫ ଦ ଆର୍ଥ ଆୱାର୍ଡ’ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନରେ ସମ୍ମାନୀତ କରିବା ପାଇଁ ବୁଧବାର ଦିନ ଘୋଷଣା କରାଯାଇଛିି । ମାତ୍ର ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ହଟାଇବା ଲାଗି ମୋଦି ସରକାର ନେଇଥିବା ପଦେକ୍ଷପ ପାଇଁ ଜାତିସଂଘ ତାଙ୍କୁ ଏପରି ସମ୍ମାନ ପ୍ରଦାନ କରିଛନ୍ତି ।
ମୋଦିଙ୍କୁ ‘ପଲିସି ଲିଡରସିପ୍ କ୍ୟାଟେଗୋରୀ’ରେ ସମ୍ମାନ ଦିଆଯାଇଛି । ତେବେ କେବଳ ମୋଦି ନୁହଁନ୍ତି ଏହି ବର୍ଗରେ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ମାନୁଏଲ ମାକରିନ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । ସେହିପରି ପରିବେଶ ସୁରକ୍ଷା ଓ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ବିଶ୍ୱର ଅନ୍ୟ ୬ ଜଣଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି ।
ସେପଟେ କୋଚିନ ବିମାନବନ୍ଦରକୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି । କୋଚିନ ବିମାନବନ୍ଦର ସଂମ୍ପୁର୍ଣ୍ଣ ଭାବେ ସୋଲାର ପାୱାରରେ ଚାଲୁଥିବାରୁ ତାହା ବିଶ୍ୱରେ ପ୍ରଥମ ବିମାନବନ୍ଦର ଭାବେ ଆଖ୍ୟା ଅର୍ଜନ କରିଛି । ତେବେ ମୋଦି ଦେଶରେ ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ କମାଇବା ପାଇଁ ପ୍ରୟାସ ଚଳାଇଥିବାରୁ ବିଶ୍ୱଦରବାରରେ ପ୍ରସଂଶିତ ହୋଇପାରିଛନ୍ତି ।