ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗ୍ରହରାଜ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ଶନିବାର ଦିନ ଏହି ଉପାୟ କରିବେ ସେ ଶନିଦୋଷରୁ ମୁକ୍ତି ହୋଇ ପାରିବେ । ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନିଦୋଷ ବା ସାଢେସାତୀ ଶନି ଯୋଗୁଁ ସଫଳତାରେ ବାଧା ସୃଷ୍ଟି ହୋଇଥାଏ । ସେମାନେ ଶନିବାର ଦିନ ଉପାୟ ଅବଲମ୍ବନ କରିବା ଦ୍ୱାରା ଶନିଦୋଷ ଦୂର ହେବା ସହ ସଫଳତା ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର କେଉଁ ଉପାୟ କରିବା ଉଚିତ୍ ।
– ସକାଳୁ ଉଠି ସ୍ନାନ ସାରି ଏକ ପାତ୍ରରେ ତେଲ ନେଇ ସେଥିରେ ନିଜର ମୁହଁ ଦେଖନ୍ତୁ । ତାପରେ ସେହି ତେଲକୁ କୌଣସି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ । ଏଭଳି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ଭାଗ୍ୟ ସମ୍ବନ୍ଧୀୟ ବାଧା ଦୂର ହୁଏ ।
– ସକାଳୁ ନିତ୍ୟକର୍ମ ସାରି ବରଗଛ ମୂଳେ ଜଳ ଅର୍ପଣ କରନ୍ତୁ । ଏହାସହିତ ଗଛ ଚାରିପଟେ ପରିକ୍ରମା କରନ୍ତୁ ଏବଂ ସୂର୍ଯ୍ୟାସ୍ତ ପରେ ବରଗଛ ମୂଳେ ଦୀପ ଜଳାନ୍ତୁ ।
– ତମ୍ବା ପାତରେ ଜଳ ନେଇ ସେଥିରେ କଳା ଜିରା ପକାନ୍ତୁ । ଏହାପରେ ସେହି ପାଣିକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହାଦ୍ୱାରା ବ୍ୟକ୍ତିଙ୍କୁ ରୋଗରୁ ମୁକ୍ତି ମିଳିବା ସହ ଅର୍ଥ ଅଭାବ ଦୂର ହୋଇଥାଏ ।
– ଶନିଦେବଙ୍କୁ ନୀଳରଙ୍ଗର ପୁଷ୍ପ ଅର୍ପଣ କରି ପୂଜନ୍ତୁ । ଏହାସହିତ ଓଁ ଶଂ ଶନିଶ୍ଚରାୟ ନମଃ ୧୦୮ ଥର ରୁଦ୍ରାକ୍ଷ ମାଳ ଧରି ଜପନ୍ତୁ । ଏଭଳି ପ୍ରତ୍ୟେକ ଶନିବାର କରିବା ଦ୍ୱାରା ସାଢେସାତୀ ଶନି ଦୋଷରୁ ମୁକ୍ତି ମିଳିଥାଏ ।