ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ଫାଇନ୍ ଦେଲେ ଚଳିବନି । ସିଧାସଳଖ ରଦ୍ଦ ହେବ ଲାଇସେନ୍ସ । ଆଇନ ଉଲଙ୍ଘନକୁ ନେଇ ବାରମ୍ବାର ବୁଝାଇଲା ପରେ ମଧ୍ୟ କାହାକୁ ଖାତିରି ନକରି ଆଇନ ଭଙ୍ଗ କରିଚାଲିଛନ୍ତି ଗାଡି ଚାଳକ । ଏଣିକି ରାସ୍ତାରେ ଗାଡି ଚଲାଇଲା ବେଳେ ସାବଧାନ । ଧ୍ୟାନ ଦିଅନ୍ତୁ କିଛି ନିୟମ ପ୍ରତି ନଚେତ୍ ଅଡୁଆରେ ଫସିପାରନ୍ତି । ରଦ୍ଦ ହୋଇପାରେ ଆପଣଙ୍କ ଲାଇସେନ୍ସ । ଦିନକୁ ଦିନ ଦେଶରେ ସଡକ ଦୁର୍ଘଟଣା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସଡକ ସୁରକ୍ଷା ନିମନ୍ତେ କିଛି ବର୍ଷ ତଳେ ନିଆଯାଇଥିବା ସୁପ୍ରିମକୋର୍ଟ କମିଟିଙ୍କ ଆଦେଶକୁ ନା ସଠିକ୍ ଭାବରେ ପାଳନ କରାଯଉଛି ନା ଆଇନ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେ ନେଇ ଆଜି ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ ପ୍ରକାଶ କରିଛି ।
ଏନେଇ ସମସ୍ତ ଏସପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେବା ଲାଗି ପୋଲିସ ଏଡିଜିଙ୍କ ନିକଟକୁ ପରିବହନ ଆୟୁକ୍ତ ଚିଠି ଲେଖିଛନ୍ତି । ଯଦି କୌଣସି ଗାଡି ଚାଳକ ନିୟମ ଉଲଙ୍ଘନ କରନ୍ତି ତେବେ ତୁରନ୍ତ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲାଇସେନ୍ସ ଜବତ କରିବା ସହ ୭ ଦିନ ମଧ୍ୟରେ ଲାଇସେନ୍ସକୁ ରଦ୍ଦ କରାଯିବ ।ଉଲଙ୍ଘନକାରୀଙ୍କ ଲାଇସେନ୍ସକୁ ଅତି କମରେ ୩ମାସ ଯାଏଁ ବାତିଲା କରାଯିବାର ନିର୍ଦ୍ଦେଶ ରହିଛି ।
୧୯୮୮ ମୋଟର ସାଇକେଲ ଆକ୍ଟ ସେକ୍ସନ-୧୯ ର ହୋଇଥିବା ନିୟମ ଗୁଡିକ ହେଉଛି
– ଟ୍ରାଫିକ୍ ସିଗନାଲ ଲାଲବତୀ ଥିବା ବେଳେ ଦୃତବେଗରେ ଗାଡି ନ ଚଳାଇବା
– ମଦ ପିଇ ଗାଡି ନଚଳାଇବା
– ଗାଡି ଚଳାଇବା ବେଳେ ମୋବାଇଲ ଫୋନରେ କଥା ନହେବା
– ଓଭରଲୋଡ କରି ନ ନେବା
– ଦ୍ରବ୍ୟ ବୁହା ଗାଡିରେ ଯାତ୍ରୀଙ୍କ ୁନ ନେବା