ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ସୂଚନା ଅଧିକାର ଦିବସରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ଆର.ଟି.ଆଇ. ତରଫରୁ ଆୟୋଜନ କରାଯାଇଥିବା ଏକ ସଭାରେ ଯୋଗ ଦେଇ ଭୁବନେଶ୍ୱର ପୋଲିସ କମିଶନର ସତ୍ୟଜିତ ମହାନ୍ତି ପତାକା ଦେଖାଇବା ପରେ ଗଡିଥିଲା ସୂଚନା ଅଧିକାର ରଥ ।
ସଭାର ସ୍ୱାଗତ ଭାଷଣ ଆରମ୍ଭ ହୋଇଥିଲା ଆରଟିଆଇକୁ ଲୋକଙ୍କ ପାଖରେ ପହଁଞ୍ଚାଉଥିବା ନିୟୂ ଇଣ୍ଡିଆନ ଏକ୍ସପ୍ରେସର ସବ୍ ଏଡିଟର ମନୋରଞ୍ଜନ ପଣ୍ଡା ।
ସୂଚନା ଅଧିକାର ଆଇନ କଣ ? ଏହା କିପରି ଲୋକଙ୍କ କାମରେ ଲାଗୁଛି ଏବଂ ଏହାର କାମ କଣ ? ଏସବୁ ସମନ୍ଧରେ ଏହି ସଭାରେ ଆଲୋଚନା ହୋଇଥିଲା । ଏବଂ ଦଲାଲ ମାନଙ୍କ ପାଇଁ ସୂଚନା ଅଧିକାର ଆଇନ ଯେପରି କ୍ଷୂର୍ଣ୍ଣ ନହୁଏ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ତିନି ଦିନ ଧରି ଲୋକଙ୍କ ପାଖରେ ପହଁଞ୍ଚିବ ବୋଲି କହିଛନ୍ତି ସୂଚନା ଅଧିକାରର କର୍ମକର୍ତ୍ତା ମାନେ ।
ଅନୁଷ୍ଠିତ ହୋଇଥିବା ଏହି ସଭାରେ ଛାତ୍ର ଛାତ୍ରୀଙ୍କ ସହ ସାଧାରଣ ଲୋକ ଯୋଗ ଦେଇ ପଦଯାତ୍ରାରେ ସାମିଲ ହେବା ସହ ସୂଚନା ଅଧିକାର ସମ୍ପର୍କ କିଛି ସୂଚନା ପାଇଥିବା କହିଛନ୍ତି ଉପସ୍ଥିତ ଥିବା ଲୋକ ।
ଋିପୋର୍ଟ ;ଗୁଣନିଧି ବେହେରା