ଆସାମ (ଏଟିଆର ବ୍ୟୁରୋ ) ; ମିଥ୍ୟା ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ମେଜର ଜେନେରାଲଙ୍କ ସହ ୭ ଜଣ ସେନା କର୍ମୀ । ୨୪ ବର୍ଷ ପୁରୁଣା ମିଥ୍ୟା ଏନକାଉଣ୍ଟର ମାମଲାର ଶୁଣାଣୀ କରି ସେନା କୋର୍ଟ ଏପରି ରାୟ ଦେଇଛନ୍ତି । ୧୯୯୪ ମସିହାରେ ଘଟିଥିଲା ଏହି ଘଟଣା । ଏହି ଏନକାଉଣ୍ଟର ମାମଲାରେ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ମାର୍ଶାଲ କରାଯାଇଥିଲା । ଦୋଷୀ ସାବ୍ୟସ୍ତ ହୋଇଥିବା ସେନା କର୍ମୀମାନେ ହେଲେ କର୍ଣ୍ଣେଲ୍ ଥାମସ୍ ମିଥ୍ୟୁ, ଆରଏମ୍ଏସ୍ ସୋବେରିନ୍, ଦିଲ୍ଲୀପ ସିଂହ, କ୍ୟାପଟେନ୍ ଜଗଦେବ ସିଂହ, ନାୟକ ଅଲବିନ୍ଦର ସିଂହ ଓ ନାୟକ ଶିବେନ୍ଦ୍ର ସିଂହ।
ସୂଚନା ଅନୁସାରେ , ୧୯୯୫ ମସିହା ଫେବ୍ରୁଆରୀ ୧୮ ତାରିଖରେ ଜଣେ ଉଚ୍ଚ ଅଧିକାରୀଙ୍କ ହତ୍ୟା ମାମଲାରେ ଆସାମର ତିନ ସୁକିୟା ଜିଲ୍ଲାରୁ ୯ ଜଣ ଯୁବକଙ୍କୁ ଧରିଥିଲା ସେନା । ସେମାନଙ୍କ ମଧ୍ୟରୁ ୪ ଜଣ ଯୁବକଙ୍କୁ ସେନା ଛାଡିଦେଇଥିବା ବେଳେ ଅନ୍ୟ ୫ ଜଣ ଯୁବକଙ୍କୁ ପତ୍ତା ମିଳିନଥିଲା । ସେମାନେ ନିଖୋଜ ହୋଇଯାଇଥିବା ଜଣାପଡିଥିଲା ।
ତେବେ ନିଖୋଜ ଯୁବକଙ୍କ ବିଷୟରେ ଜାଣିବା ପାଇଁ ପୂର୍ବତନ ମନ୍ତ୍ର ତଥା ବିଜେପି ନେତା ଜଗଦୀଶ ଭୂୟାଁ ଗୁଆହାଟୀ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ହାଇକୋର୍ଟ ସେ ସମସ୍ତ ଯୁବକଙ୍କୁ ହାଜର କରିିବା ପାଇଁ ସେନାକୁ କହିଥିଲା । ସେ ସମୟରେ ସେନା ୫ ଜଣ ଯୁବକଙ୍କ ଶବକୁ ଉପସ୍ଥାପନ କରି
ସେମାନଙ୍କୁ ଉଗ୍ରବାଦୀମାନେ ହତ୍ୟା କରିଥିବା କହିଥିଲା । ହେଲେ ଏହା ଏକ ମିଥ୍ୟା ଏନକାଉଣ୍ଟର ବୋଲି ପରେ ସ୍ପଷ୍ଟ ହୋଇଥିଲା । ସେପଟେ ଗତ ଶନିବାର ଦିନ ସେନାଙ୍କ ବିରୋଧରେ ଦଣ୍ଡବିଧାନ ଶୁଣାଛନ୍ତି କୋର୍ଟ । ଜଣେ ମେଜର ଜେନେରାଲଙ୍କ ସମେତ ୭ ଜଣ ସେନା କର୍ମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।