ଛତିଶଗଡ (ଏଟିଆର ବ୍ୟୁରୋ ) ; ଯବାନ ନାରେ କଳଙ୍କ । ଲୁଚାଛପାରେ ମାଓବାଦୀଙ୍କ ସହ ରଖିଥିଲେ ସମ୍ପର୍କ । ମାଓବାଦୀଙ୍କୁ ବିପୁଳ ମାତ୍ରାରେ ଗୁଳି ସହ ବନ୍ଧୁକ ଯୋଗାଇ ଗିରଫ ହୋଇଛନ୍ତି ଯବାନ । ମାଲକାନଗିରି ସିମାନ୍ତ ଛତିଶଗଡ ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ମାଓବାଦୀଙ୍କୁ ଗୁଳି ବନ୍ଧୁକ ଚାଲାଣ ଅଭିଯାଗରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।
ଗିରଫ ଯବାନଙ୍କ ନାମ ରାକୁ କୁଜୁର ବୋଲି ଜଣାପଡିଛି । ଗୁଳି ବନ୍ଧୁକ ଚାଲାଣ ନେଇ ଯବାନ ଜଣକ ପୋଲିସକୁ ନିଜ ଡେମୋ ଦେଖାଇଛି । ତେବେ ରାଜୁ କିପରି ଲୁହାର ତାର ବାଡ ମଧ୍ୟରେ ପଶି ମାଓବାଦୀଙ୍କ ପାଇଁ ଗୁଳି ଓ ବନ୍ଧୁକ ଯୋଗାଉଥିଲା ଏହାର ଡେମୋ କରି ଦେଖାଇଛନ୍ତି ସେହି ଯବାନ । ସେ ଦୀର୍ଘ ଦିନ ହେବ ଏପରି କରିଆସୁଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ସଂମ୍ପୃକ୍ତ ଯବାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।