ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୂର୍ଗା । ସେନେଇ ପ୍ରତ୍ୟେକ ଦେବୀପୀଠ ସମେତ ପୂଜା ମଣ୍ଡପ ଚଳଚଞ୍ଚଳ ହୋଇ ପଡିଛି । ମହାଷ୍ଟମୀରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି । ସକାଳୁ ସକାଳୁ ମଣ୍ଡପ ମାନଙ୍କରେ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ଯିଏ ଯାହାର ମାନସିକ ମନାସି ଭକ୍ତିର ସହ ମାଙ୍କୁ ପ୍ରାର୍ଥନା କରି ଚାଲିଛନ୍ତି ।
ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ପ୍ରସ୍ତୁତ କରାଯାଇଛି । କେଉଁଟି ମା’ଙ୍କ ପ୍ରତିମୂର୍ତ୍ତ ଝଟକୁଛି ତ ଆଉ କେଉଁଠି ସୁଉଚ୍ଚ ତୋରଣ ଭକ୍ତଙ୍କୁ ଆକୃଷ୍ଠ କରିଛି । ଏହାସହିତ ରଙ୍ଗବେରଙ୍ଗର ଆଲୋକରେ ରାଜଧାନୀ ଝଲସି ଉଠିବା ସହ ଢୋଲ ମୃଦଙ୍ଗରେ କମ୍ପି ଉଠୁଛି ।