ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଜଗତ ଜନନୀ ମା ଦୁର୍ଗାଙ୍କ ଆଗମନରେ ଉତ୍ସବ ମୁଖର ହୋଇଉଠିଛି ରାଜଧାନୀ । ମାଙ୍କ ଦର୍ଶନ ପାଇଁ ଲାଗିଛି ଲମ୍ବା ଧାଡି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦର୍ଶନ ପାଇଁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । କାରଣ ସମସ୍ତଙ୍କୁ ଆକୃଷ୍ଟ କରୁଛି ରାଜଧାନୀର ତ୍ୱରଣ । ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିମାଣ ହେଉଛି ତ୍ୱରଣ । ଯାହାକି ସମସ୍ତଙ୍କୁ ଟାଣି ଆଣିଥାଏ ମାଙ୍କ ନିକଟକୁ ।
ସବୁ ପୂଜାମଣ୍ଡପକୁ ଦେଖିବାକୁ ଥାଏ ସମସ୍ତଙ୍କର ଇଛା । ମାତ୍ର ସବୁ ଜାଗାକୁ ପହଁଞ୍ଚିବା କଷ୍ଟ ହୋଇଯାଉଛି । କାରଣ ରାଜଧାନୀର ଏକ ପ୍ରମୂଖ ପୂଜା ମଣ୍ଡପ ରସୁଲଗଡରୁ ଝାରପଡା ଯିବା ବମିଖାଲ ନିକଟ ରାସ୍ତା କଚା ହୋଇଥିବାରୁ ଲାଗିରହୁଛି ଭିଡ । ଏହି ଭିଡ ଭକ୍ତଙ୍କ ମନରେ ଅଶାନ୍ତି ଦେଖାଦେଇଥିବା ଜଣାପଡିଛି । ତ୍ୱରଣ ଦେଖି ଆସିଥିବା ମଜାକୁ ଏହି ରାସ୍ତା ପାଖକୁ ଆସିଲେ ସଜା କାଟିଲା ପରି ମନେ ହେଉଛି ବୋଲି କେତେକ ଶ୍ରଦ୍ଧାଳୁ ମତ ଦେଇଛନ୍ତି ।
ରିପୋର୍ଟ ; ଗୁଣନିଧି ବେହେରା