ପଞ୍ଜାବ (ଏଟିଆର ବ୍ୟୁରୋ ) ; ରାବଣପୋଡି ଦେଖିବାକୁ ଆସି ମୃତ୍ୟୁମୂଖରେ ପଡିଲେ ଦର୍ଶକ । ଦେଖଣାହାରୀଙ୍କ ଉପରେ ମାଡିଗଲା ଟ୍ରେନ ଆଉ ଦେଖୁ ଦେଖୁ ଚାଲିଗଲା ୬୦ରୁ ଉଦ୍ଦ୍ୱ ର୍ଜୀବନ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ପଞ୍ଜାବର ଅମୃତସରର ଧୋବିଘାଟ ଜୌରା ରେଳ ଫାଟକ ନିକଟରେ ଦେଖିବାକୁ ମିଳିଛି । ତେବେ ଏପରି ଘଟଣା ଗତକାଲି ସମଗ୍ର ଦେଶକୁ ସ୍ଥବ୍ଦ କରିଦେଇଛି । ନକାରାତ୍ମକ ଶକ୍ତିର ପ୍ରତୀକ ରାବଣପୋଡି ଉତ୍ସବ ଦେଖୁ ଦେଖୁ ଲୌହ ଦାନବ ଖେଳିଲା ରକ୍ତ ହୋଲି । କେହି କିଛି ବୁଝିବା ଆଗରୁ ମାଡିଗଲା ଟ୍ରେନ । ରାବଣର ଦେହରେ ଫୁଟୁଥିବା ବାଣ ସାଙ୍ଗକୁ ଲୋକମାନେ ନିଜ ନିଜ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରିବାରେ ବ୍ୟସ୍ଥ ଥିବା ବେଳେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା ।
ସୂଚନା ଅନୁସାରେ , ଗତକାଲି ଦଶହରା ଉପଲକ୍ଷେ ଅମୃତସରର ଧୋବିଘାଟ ଜୌରା ରେଳ ଫାଟକ ନିକଟରେ ରାବଣପୋଡି ଅନୁଷ୍ଟିତ ହେଉଥିଲା । ବହୁ ଲୋକ ଏହାକୁ ଦେଖିବାଲାଗି ସେଠାରେ ଏକତ୍ରିତ ହୋଇଥିଲେ । ତେବେ ବହୁ ଲୋକ ପାଖରେ ଥିବା ରେଳ ଧାରଣ ନିକଟରେ ଛିଡା ହୋଇ ରାବଣ ପୋଡି ଦୃଶ୍ୟର ମଜା ଉଠାଉଥିଲେ । ଏହି ସମୟରେ ହଠାତ ପଠାନକୋର୍ଟରୁ ଆସୁଥିବା ଜଳନ୍ଧର ଡିଏମୟୁ ଲୋକାଲ ପାସେଞ୍ଜର ଟ୍ରେନ୍ ଛିଡା ହୋଇଥିବା ଲୋକଙ୍କ ଉପରକୁ ମାଡିଯାଇଥିଲା ।
ଏହି ସମୟରେ ଭୟରେ ଲୋକମାନେ ଏଣେତେଣେ ଦୌଡୁଥିବା ବେଳେ ବିପରୀତ ଦିଗରୁ ଆହୁରି ଏକ ଟ୍ରେନ ମଧ୍ୟ ଆସିଥିଲା । ତେବେ ଲୋକମାନେ ଏହା ମଧ୍ୟରେ ଫସିଯାଇଥିଲେ । ଟ୍ରେନରେ କଟି ଅନେକ ଲୋକମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦେଖୁ ଦେଖୁ ଲୋକମାନଙ୍କର ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡିରହିଲା । ଭୟରେ ଲୋକମାନଙ୍କ ମଧରେ କୋଳାହଳ ଦେଖାଦେଇଥିଲା ।
ଏହି ଦୁଃଖଦ ଦୁର୍ଘଟଣାରେ ଏବେ ଯାଏ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ଲୋକ ନିଜ ଜୀବନ ସହ ସଂଘର୍ସ କରୁଛନ୍ତି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି।
ସେହିଭଳି ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଘୋଷଣା କରିଛନ୍ତି। ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘଟଣାର ତଦନ୍ତ ଦାବି କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏ କ୍ଷତିପୂରଣ ଘୋଷଣା କରିଥିଲେ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଶାସନିକ ଓ ପୁଲିସ ଅବହେଳା କାରଣରୁ ଏଭଳି ଦୁଃଖଦ ଘଟଣା ଘଟିଛି । ଘଟଣାର ତଦନ୍ତ ଜାରିରହିଛି ।