ଅନୁଗୁଳ (ଏଟିଆର ବ୍ୟୁରୋ): ପୁଣି ଥରେ ବାଘୁଣି ସୁନ୍ଦରୀ ନାଁରେ ଅଭିଯୋଗ । ସାତକୋଶିଆ ଅଭ୍ୟାରଣ୍ୟରେ ଛଡାଯାଇଥିବା ସୁନ୍ଦରୀର ଆତଙ୍କ ପୁଣି ଥରେ ଦେଖିବାକୁ ମିଳିଛି । ସୁନ୍ଦରୀ ଟାଇଁସି ଗାଁର ରହୁଥିବା ଜଣେ ବ୍ୟକ୍ତିଙ୍କୁ ମାରି ଖାଇ ଥିବାର ଗାଁ ଲୋକ ଅଭିଯୋଗ କରିଛନ୍ତି । ମୃତକ ଜଣକ ନାଁ ତ୍ରୀନାଥ ସାହୁ(୬୦) ବୋଲି ଜାଣିବାକୁ ମିଳିଛି ।
ଖବରମୁତାବକ, ଆଜି ସକାଳୁ ତ୍ରିନାଥ ନିଜ ପୁଅ ସହିତ ବିଲକୁ ହଳ କରିବାକୁ ଯାଇଥିଲେ । ସେ ତାଙ୍କ ପୁଅକୁ ବିଲ ପାଖରେ ଛାଡି ଜଙ୍ଗଲ ପାଖାପାଖି ଅଞ୍ଚଳକୁ ଯିବା ବେଳେ ବାଘୁଣି ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା । ଏହାସହିତ ତାଙ୍କ କାନ୍ଧ ଓ ପିଚାକୁ କାମୁଡି ଖାଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟଭୀତ ବାତାବରଣ ଖେଳିଯାଇଛି ।
ପୂର୍ବରୁ ହାତୀବାରୀ ଗାଁର ଜଣେ ମହିଳା ଗାଧୋଇ ଯିବା ବେଳେ ସୁନ୍ଦରୀ ଆକ୍ରମଣରେ ନିହତ ହୋଇଥିବା ଅଭିଯୋଗ ହେବା ପରେ ପ୍ରବଳ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଏହାସହିତ ସୁନ୍ଦରୀ ଏକ ବଳଦକୁ ମଧ୍ୟ ମାରି ଖାଇଥିବାର ଅଭିଯୋଗ ହୋଇଥିଲା ।