ନୟାଗଡ (ଏଟିଆର ବ୍ୟୁରୋ) ; କଥାରେ ଅଛି ଯାହାର ମା ନାହିଁ ତାହାର କେହି ସାହା ନାହିଁ । ଏଣୁ ମା ବିନା ସନ୍ତାନର ଅସ୍ତିତ୍ୱ ନଥାଏ । ମା ସବୁ ବେଳେ ନିଜ ଛୁଆଙ୍କୁ ନିଜ ଓଢ଼ଣୀ ତଳେ ସୁରକ୍ଷା ଦେଇଥାଏ । ମାତ୍ର ମା ଯଦି ଡାହାଣି ହୋଇ ନିଜ ଛୁଆଙ୍କୁ ଖାଇବ ତାକୁ କିଏ ବା ସାହା ହେବ ?
ନିଜ ମା ଡାହାଣୀ ସାଜିବା କେତେ ଯେ କଷ୍ଟ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦରେ । ଯାହାକୁ ଶୁଣିଲେ ହୃଦୟ ବିଦାରି ଉଠିବ । କାରଣ ନିଜ ମା ହୋଇ ସନ୍ତାକୁ ମାରିବା କଥା ଯେ କେହିବି ଶୁଣିବ ବିଶ୍ୱାସ କରିପାରିବ ନାହିଁ । ମାତ୍ର କଥାଟା ସତ । ଲକ୍ଷ୍ମୀପ୍ରସାଦର କଲ୍ୟାଣୀ ଖୁଣ୍ଟିଆ ନାମକ ମହିଳା ନିଜ ପୁଅ ଏବଂ ଝିଅକୁ ବିଷ ଦେଇ ମାରିବ ପରେ ପୋଖରୀରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ଏବଂ ପରେ ନିଜେ ମା ମଧ୍ୟ ବିଷ ପିଇଦେଇଥିଲା ।
ତେବେ ଘଟଣା ସ୍ଥଳରେ ଝିଅର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା । ମାତ୍ର ଡାହାଣି ମା ବିଷ ପିଇଥିଲେ ମଧ୍ୟ ମରିନଥିବା ସୂଚନା ମିଳିଛି । ଏଣୁ ମାକୁ ନୟାଗଡ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏଭଳି ଘଟିଲା ଜଣା ପଡିନଥିଲେ ମଧ୍ୟ ପାରିବାରିକ କଳହରୁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।