ଅନୁଗୁଳ (ଏଟିଆର ବ୍ୟୁରୋ): ପ୍ରତିଦିନ ବାଘୁଣୀ ସୁନ୍ଦରୀର ଆତଙ୍କ ଲୋକଙ୍କୁ ଛାନିଆ କରି ରଖିଛି । କେତେବେଳେ ସୁନ୍ଦରୀ ମଣିଷ ମାରି ଖାଇଲାଣି ତ ଆଉ କେତେବେଳେ ପଶୁ । ଶିକାର କରିବାରେ କାହାରିକୁୁ ଛାଡୁନି ସୁନ୍ଦରୀ । ଆଜି ପୁଣି ଏକ ବଳଦକୁ ଶିକାର କରିଥିବା ଅଭିଯୋଗ ଆସିଛି ।
ଆଜି ସକାଳୁ ସକାଳୁ ସାତକୋଶିଆ ଜଙ୍ଗଲ ପାଖାପାଖି ଅଞ୍ଚଳରେ ଏକ ବଳଦଟି ଚରାବୁଲା କଲାବେଳେ ସୁନ୍ଦରୀ ହାବୁଡାରେ ପଡିଥିଲା । ସେଠାରେ ସୁନ୍ଦରୀ ବଳଦଟିକୁ ଶିକାର କରି ମାରି ଖାଇଥିଲା । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରକାଶ ଥାଉ କି, ଗତ ଶନିବାର ଦିନ ବାଘୁଣୀ ସୁନ୍ଦରୀ ଟାଇଁଶି ଗାଁର ତ୍ରିନାଥ ସାହୁଙ୍କୁ ମାରି ଖାଇଥିଲା । ତାପରେ ମଧ୍ୟ ଏକ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲା ।