ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଦେଶରେ ନିଷିଦ୍ଧ ହୋଇପାରେ ବାଣ ବିକ୍ରୟ । ଏସମ୍ପର୍କରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଇବେ ରାୟ । ଦେଶର ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର ବାଣ ଫୁଟାଇବାକୁ ନିଷିଦ୍ଧ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦେଶରେ ଦୂର୍ଗା ପୂଜାର ମାହୋଲ ସରିଆସିଥିବା ବେଳେ କାଳୀ ପୂଜାକୁ ନେଇ ଏବେ ଏକ ପ୍ରକାର ସଜବାଜ ଆରମ୍ଭ ହୋଇଗଲାଣି ।
ପବିତ୍ର ଅମାବାସ୍ୟାର ଦୀପାବଳୀ ଅବସରରେ ସାରା ଦେଶ ଆଲୋକିତ ହୋଇଥାଏ । ପ୍ରତେକ ଘରେ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ଦ୍ୱାରା ନିଜ ଘରକୁ ସଜାଇ ଥାଆନ୍ତି ଲୋକମାନେ । ଏହାସହ ଆତାସବାଜି ସାଙ୍ଗକୁ ବାଣ ମଧ୍ୟ ଫୁଟାଇବାକୁ ଲୋକେ ଭୁଲନ୍ତି ନାହିଁ । ପ୍ରତେକ ବର୍ଷ ପ୍ରଚୁର ମାତ୍ରାରେ ବାଣ ଫୁଟାହେବା ଯୋଗୁ ବାୟୁମଣ୍ଡଳ ପ୍ରସୂଷଣ ହେଉଥିବାରୁ ସମଗ୍ର ଦେଶରେ ବାଣ ବିକ୍ରୟ ଓ ଫୁଟାଇବା ଉପରେ କଟକଣା ଲଗାଇବାକୁ ସୁପ୍ରୀମକୋର୍ଟରେ ବହୁ ପିଟିସନ ଦାଏର ହୋଇଛି । ତେବେ ଦେଶରେ ବାଣ ବିକ୍ରୟ ନିଷିଦ୍ଧ କରାଯିବ କି ନାହିଁ ସେ ବିଷୟରେ ସୁପ୍ରୀମକୋର୍ଟ ଆସନ୍ତାକାଲି ରାୟ ଶୁଣାଇବେ ବୋଲି ଜଣାପଡିଛି ।
ଏଏନେଇ ଅନେକ ପିଟିସନ ସୁପ୍ରୀମକୋର୍ଟରେ ଦାଏର ହୋଇଥିବା ବେଳେ ବାଣ ଫୁଟାଇବାକୁ ବିରୋଧ କରିଛନ୍ତି ବହୁ ସଂଗଠନ । ସେପଟେ ଗତ ଅଗଷ୍ଟ ମାସରେ ବାଣ ନିର୍ମାତାଙ୍କ ଜୀବୀକାର ମୌଳିକ ଅଧିକାର ଓ ଦେଶର ୧.୩ କୋଟି ଜନତାଙ୍କର ସ୍ୱାସ୍ଥ୍ୟଗତ ଅଧିକାରକୁ ନେଇ ଦେଶରେ ବାଣ ବିକ୍ରୟ ନିଷିଦ୍ଧ ହେବ କି ନାହିଁ ସେ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।
ତେବେ ଗତବର୍ଷ ଦୀପାବଳି ପୂର୍ବରୁ ଅକ୍ଟୋବର ୯ ତାରିଖରେ ସୁପ୍ରୀମକୋର୍ଟର ନିର୍ଦ୍ଦେଶ ଅନୁଯାଇ ସାମୁହିକ ଭାବେ ବାଣ ବିକ୍ରୟକୁ ବନ୍ଦ କରାଯାଇଥିଲା । ତେବେ ଦୀପାବଳିର ଦୁଇଦିନ ପୂର୍ବରୁ ବାଣ ବିକ୍ରି କରିବାପାଇଁ ବାଣବିକ୍ରେତାମାନେ ଆବେଦନ କରିଥିଲେ ହେଁ ସୁପ୍ରୀମକୋର୍ଟ ଆବେଦନକୁ ଗ୍ରହଣ କରିନଥିଲା ।