ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଏଣୁ ଏବେ ଠାରୁ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି । ସମସ୍ତ ରାଜନୈାତିକ ଦଳ ନିଜର ଆଗୁଆ ଅଙ୍କ କସିବା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ଏଥର ରାଜ୍ୟରେ ତ୍ରିମୁଖି ଲଢ଼େଇ ଦେଖିବାକୁ ମିଳିବ । କାରଣ ବିଜେପି ବିଜେଡି ମଧ୍ୟରେ ପୂର୍ବରୁ କଡା ଟକ୍କର ହେବାନେଇ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ କଂଗ୍ରେସ ପୁଣି ଥରେ ଏକ ସକ୍ଷମ ଦଳ ଭାବେ ପରିଗଣିତ ହୋଇଛି । ଏଣୁ ରାଜ୍ୟ ରାଜନୀତିରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଅନୁମାନ କରାଯାଇଛି ।
ଶାସକ ବିଜେଡି ପୁଣିଥରେ ଶାସନୁ ଫେରିବ କାରଣ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିଅକ୍ଷୂର୍ଣ୍ଣ ରହିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରଶାନ୍ତ ନନ୍ଦ । କିନ୍ତୁ ଏହାର ପ୍ରତିବାଦରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର । ସେ କହିଛନ୍ତି କି ପଞ୍ଚାୟତ ନିର୍ବାଚନରେ ଲୋକେ ବିଜେପିକୁ ପସନ୍ଦ କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ରାଜ୍ୟ କୈାଣସି ବି ଉନ୍ନତିମୂଳକ କାର୍ଯ୍ୟ କରୁନଥିବା ବେଳେ କେନ୍ଦ୍ର ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହାଁଇ ଭୋଟ ହାତେଇବାକୁ ଲାଗିଛି ବିଜେପି । ବୁଥରୁ ବୁଥ ବୁଲି ଲୋକଙ୍କୁ ସଚେତନକୁ କରାଇବାକୁ ଲାଗିଛି ବିଜେପି ।
ପଞ୍ଚାୟତ ନିର୍ବାଚନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଟଙ୍କା ବଳରେ ଜିତିଯାଇଛନ୍ତି । ଏବେ ଲୋକମାନେ ଏମାନଙ୍କୁ ଭଲ ଭାବରେ ଚିହ୍ନି ସାରିଲେଣି ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟ ଏବଂ କେନ୍ଦ୍ରରେ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । ଏଣୁ କଂଗ୍ରେସ ହେଉଛି ଏକମାତ୍ର ବାଟ । ଲୋକମାନେ କଗ୍ରେସ ସରକାରକୁ ଚାହୁଁଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।