ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର ଦୁଇ ଦିନ ପରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା । ଏନେଇ ଚଳଚଞ୍ଚଳ ସାରା ଓଡିଶା । ଶାରଦୀୟ ମା’ ଦୁର୍ଗାଙ୍କ ପୂଜା ସରୁ ସରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜବାଜ ହେଉଛି ପୂଜା ମଣ୍ଡପ । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।
ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ କରିବା ପାଇଁ ଲାଗି ପଡିଛନ୍ତି କାରିଗର । କେଉଁଠି ମା’ଙ୍କ ବସ୍ତ୍ର ପରିଧାନ ଚାଲିଛି ତ ଆଉ କେଉଁଠି ରଙ୍ଗ କାମ । ତାହାସହିତ ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପର ସାଜସଜା ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଓଡିଶାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ହେଉଛି ଢେଙ୍ଗାନାଳ । ସେନେଇ ସୁଉଚ୍ଚ ତୋରଣ ସହ ଆଲୋକ ମାଳରେ ସଜେଇ ହେଉଛି ଢେଙ୍କାନାଳ । ଚଳିତ ବର୍ଷ ମା’ଙ୍କୁ ସ୍ୱାଗତ କରିବା ଲାଗି ଅନେଇ ବସିଛନ୍ତି ଢେଙ୍କାନାବାସୀ ।