ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରଖର ଖରା ହେତୁ ପ୍ରାୟତଃ ଅନେକ ଲୋକଙ୍କ ତ୍ୱଚା କଳା ପଡି ଯାଇଥାଏ । ଏହାକୁ ସନବର୍ଣ୍ଣ ବୋଲି କୁହାଯାଏ । ସୂର୍ଯ୍ୟଙ୍କ ପ୍ରଖର କିରଣ ଚର୍ମକୁ ଜଳେଇ ଦେଇଥାଏ । ଯାହାଦ୍ୱାରା ଚର୍ମ କଳା ପଡିଯାଏ । ସନବର୍ଣ୍ଣ ସମସ୍ୟା ହେବା ଦ୍ୱାରା ସୁନ୍ଦରତାରେ ଖରାପ ପ୍ରଭାବ ପଡିବା ସହ ତ୍ୱଚା ଜଳାପୋଡା ଓ କୁଣ୍ଢେଇ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ କହିବାକୁ ଯାଉଛୁ,ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣ ସନବର୍ଣ୍ଣ ସମସ୍ୟାରୁ ମୁକ୍ତି ପାଇ ପାରିବେ ।
– ସନବର୍ଣ୍ଣ ସମସ୍ୟାକୁ ଦୂର କରିବାକୁ ହେଲେ ଦୁଇ ଚାମଚ ଟମାଟର ରସରେ ଗୋଟେ ଚାମଚ ଲେମ୍ବୁ ରସ ଏବଂ ଗୋଟେ ଚାମଚ ଦହି ମିଶାଇ ତ୍ୱଚାରେ ଲଗାନ୍ତୁ । ଅଧଘଂଟା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
– କଞ୍ଚା ଖୀରରେ ସାମାନ୍ୟ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୫ ମିନିଟ୍ ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସନବର୍ଣ୍ଣ ହଟିଯାଏ ।
– ଅମୃତ ଭଣ୍ଡା ଏବଂ ମହୁ ପ୍ରୟୋଗରେ ମଧ୍ୟ ସନବର୍ଣ୍ଣ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ କଞ୍ଚା ଅମୃତ ଭଣ୍ଡା ପେଷ୍ଟରେ ଦୁଇ ଚାମଚ ମହୁ ମିଶାଇ ତ୍ୱାଚାରେ ଲଗାନ୍ତୁ । ପେଷ୍ଟଟି ଶୁଖିଗଲା ପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
– ଲେମ୍ବୁ ରସ ମଧ୍ୟ ସନବର୍ଣ୍ଣ ହଟେଇବାରେ ଖୁବ୍ ସହାୟକ ହୋଇଥାଏ । ସେଥିପାଇଁ ଉଷୁମ ପାଣିରେ ଚାରି ଚାମଚ ଏବଂ ସାମାନ୍ୟ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୫ ମିନିଟ୍ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।