ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପାଖେଇ ଆସୁଛି ସାଧାରଣ ନିର୍ବାଚନ । ତେଣୁ ରାଜନେତାମାନେ ଚାହିଁବସିଛନ୍ତି ନିଜର ଟିକେଟ ପାଇଁ । କିଏ କେଉଁ ଆସନରୁ ଲଢ଼ିବ ସେ ନେଇ ସମସ୍ତେ ନିଜ ଦଳରେ ରହି ମଧ୍ୟ କନ୍ଦଳ କରୁଥିବାର ହାଟରେ ପଡି ଦାଣ୍ଡରେ ଗଡିଲାଣି । ତେବେ ଏଭଳି ଏକ ନାଟକୀୟ ରୂପ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଳାର ଖଣ୍ଡପଡା ବିଧାନ ସଭା ଆସନରେ । ଏହି ଆସନ ପାଇଁ ସବୁବେଳେ ହୋଇଥାଏ କଡାଟକ୍କର । କାରଣ ଏହି ଆସନ ଉପରେ ଓଡିଶାର ପ୍ରତିଷ୍ଠିତ ରାଜନେତା ତଥା ଶିଳ୍ପପତି ସୈାମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନଜର ରହିଛି ।
ତେବେ ନିକଟ ଅତୀତରେ ସୈାମ୍ୟ ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ମନୋନିତ ହୋଇଥିଲେ ମଧ୍ୟ ଖଣ୍ଡପଡା ଆସନ ଉପରୁ ନିଜର ଲୋଭ ଛାଡିନଥିବା ଦେଖ଼ିବାକୁ ମିଳିଛି । ଖଣ୍ଡପଡା ବ୍ଳକର ବନମାଳୀପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ଜନସମ୍ପର୍କ ପଦଯାତ୍ରାରେ ଉଭୟ ସୈାମ୍ୟ ଏବଂ ଅନୁଭବଙ୍କ ଗୋଷ୍ଠୀ ମୁହାଁମୁହିଁ ହେଇଥିଲେ । ଏଥିରୁ ସମ୍ପୂର୍ଣ୍ଣ ରୂପେ ବାରିହୋଇଯାଉଛି ଯେ ଏବେ ସୁଦ୍ଧା ଏହି ଆସନ ପ୍ରତି ସୈାମ୍ୟଙ୍କର ଲୋଭ ଅଛି । ଯଦି ବି ନିଜେ ଏହି ଆସନରୁ ନ ଲଢ଼ନ୍ତି ତେବେ କେହିଜଣେ ସମ୍ପର୍କୀୟ ଏହି ଆସନରୁ ପ୍ରାର୍ଥୀ କରିବୋ ନେଇ ଚର୍ଚ୍ଚା ହେଉଛି ।
ସୈାମ୍ୟ ବିଜେଡି ସାଂସଦ ହେବା ପରେ ନିଜର କ୍ଷମତା ବିସ୍ତାର କରିବାରେ ଲାଗିଛନ୍ତି । ଏବଂ ସେ ମଧ୍ୟ ଦଳର ହେବିୱେଟ ନେତାଙ୍କ ସହ ମିଳାମିଶା କରୁଛନ୍ତି । ଏଣୁ ଖଣ୍ଡପଡାରେ ସୈାମ୍ୟଙ୍କ ପଲା ଭାରି ରହିପାରେ ବୋଲି ଅନୁମାନ କରାଯାଉଛି । ତେବେ ଦେଖିବାକୁ ବାକି ରହିଲା ନବୀନ ସରକାର କାହା ଉପରେ ଭରସା କରି ଏହି ଆସନକୁ ଟେକି ଦଉଛନ୍ତି ।