ବ୍ରହ୍ମପୁର (ଏଟିଆର ବ୍ୟୁରୋ) ; ପ୍ରେମ ଅଢ଼େଇ ଅକ୍ଷର ! ମାତ୍ର ଏହି ଅଢ଼େଇ ଅକ୍ଷର ଭିତରେ ଭରି ରହିଛି ଅନେକ ମହତ୍ୱ । ଯାହାକି ଚୀର ସ୍ଥାୟୀ ଏବଂ ଅମର । ଏହି ପ୍ରେମ ମଣିଷକୁ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ସମାଜ ଆଗରେ ଜଣେଇ ଦେଇଥାଏ । ମାତ୍ର କେତେଜଣ ଅସଭ୍ୟଙ୍କ ପାଇଁ ପ୍ରେମ ଭଳି ଏକ ପବିତ୍ର ଶବ୍ଦରେ କଳଙ୍କ ଲଶଗିଥାଏ । ତେବେ ଏଭଳି ଏକ ଅଭାବପୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ଖାରିଆଗୁଡା ଅଞ୍ଚଳରେ ।
ପ୍ରେମିକ ଗୈାତମ ପ୍ରଧାନ ନିଜ ପ୍ରେମିକାକୁ ମାରି ଏକ ପରିତ୍ୱକ୍ତ କୂଅରେ ପକେଇ ଦେବା ପରେ ନିଜେ ଯାଇ ଜରଡା ଥାନାରେ ଆତ୍ମସମର୍ପଣ କରିଥିଲା । ପୋଲିସ ପଚରା ଉଚରା କରିବା ପରେ ସେ ପକେଇଥିବା ଶବର ଠିକଣା ଦେଇଥିଲା । ସୁରଙ୍ଗୀ ଏବଂ କେଶରପୁର ମଧ୍ୟରେ ଥିବା ଏକ ପରିତ୍ୱକ୍ତ କୂଅରୁ ପୋଲିସ ମୃତ ଦେହକୁ ଉଦ୍ଧାର କରିଥିଲା । ମୃତ ଛାତ୍ରୀ ଜଣଙ୍କ ହେଲେ ପୁରୀ ଜିଲ୍ଲାର ଭବାନୀ ବେହେରା । ଭବାନୀ ନିଜ ଅଜା ଘରେ ରହି ପାଠ ପଢ଼ୁଥିବାବେଳେ ଗୈାତମଙ୍କ ପ୍ରେମ ହୋଇଥିବା ସୂଚନା ମିଳିଛି । ଏଣୁ ପ୍ରେମ ଜନିତ କାରଣରୁ ଏହି ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ କହିଛି ।