ଗଜପତି (ଏଟିଆର ବ୍ୟୁରୋ) ; ତିତଲିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପାଇଁ ସରକାର ଗୋଟିଏ ପରେ ଗୋଟିଏ ସହାୟତା ଘୋଷଣା କରିଛନ୍ତି । ତେବେ ଏବେ ନବୀନ ପଟ୍ଟନାୟକ ଦେଇଥିବା କଥା ରଖିଛନ୍ତି । ତିତଲିରେ ଗଜପତି ଜିଲ୍ଳା ରାୟଗଡା ବ୍ଳକ କବଁପୁର ପଞ୍ଚାୟତର ସୁଆବା ଗାଁର ମରିଥିବା ଚନ୍ଦ୍ରଶେଖରଙ୍କ ପୁଅ ଗଣେଷ ଓ ଝିଅ ମିଲିକୁ ଜିଲ୍ଳା ପ୍ରଶାସନ କୋଳେଇ ନେଇଛି । ୪ ବର୍ଷ ପୂର୍ବରୁ ଚନ୍ଦ୍ରଶେଖରଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି । ଏଣୁ ଏବେ ବାପାଙ୍କ ମୃତ୍ୟୁ ପରେ ସମ୍ପର୍ଣ୍ଣ ଏକା ହୋଇଯାଇଥିବା ଏହି ଦୁଇ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛି ।
ମିଲି ଏବଂ ଗଣେଷ ସିଡବ୍ଲୁସି ତତ୍ତ୍ୱ୍ୱାବଧାନରେ ନବଜୀବନ ଗୃହରେ ରହିବେ । ଭାଇ ଭଉଣୀ ଦୁହେଁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ଜିଲ୍ଳା ପ୍ରଶାସନ ପଢ଼ାପଢ଼ି ଓ ରହଣି ଖର୍ଚ୍ଚ ବୁଝିବ । ସରକାର ଅନାଥ ପିଲାଙ୍କ ସମସ୍ତ ଖର୍ଚ୍ଚ ବହନ କରିବା ନେଇ ଆଗରୁ ସୂଚନା ଦେଇଥିଲେ ।