ବାଲେଶ୍ୱର (ଏଟିଆର ବ୍ୟୁରୋ ) ; ସାମାନ୍ୟ ମୋବାଇଲ ପାଇଁ ଟ୍ରେନରୁ ଡେଇଁ ପଡିଲେ ଯୁବକ । ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ଏବେ ମେଡିକାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ଅଭବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ବସ୍ତା ଥାନା ଅମର୍ଦ୍ଦା ବୋଧିମୁହାଁ ଗ୍ରାମର ରଞ୍ଜନ ବିନ୍ଧାଣୀ ନାମକ ଜଣେ ଯୁବକ ଆଜି ଟ୍ରେନ ଯୋଗେ ବାଲେଶ୍ୱର ଆସୁଥିଲେ । ଆସିବା ବାଟରେ ସେ ନିଜ ମୋବାଇଲରେ କଥା ହେଉଥିଲେ । ତେବେ ହଠାତ ତାଙ୍କ ହାତରୁ ମୋବାଇଲଟି ତଳକୁ ଖସିପଡିଥିଲା । ଏହାପରେ ସେ କିଛି ନ ଭାବି ନ ଶୁଣି ମୋବାଇଲଟିକୁ ଆଣିବାକୁ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ । ଫଳରେ ସେ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ସେପଟେ ସ୍ଥାନୀୟ ଲୋକେ ଯୁବକକୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତୀ କରିଛନ୍ତି । ରଞ୍ଜନଙ୍କର ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ଅବସ୍ତା ଏବେ ବି ଗୁରୁତର ଅଛି । ସାମାନ୍ୟ ମୋବାଇଲ ପାଇଁ ସେ ଚଳନ୍ତା ଟ୍ରେନରୁ ଡେଇଁ ପଡି ଜୀବନକୁ ପାଣି ଛଡେଇଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି ।