ସାତକୋଶିଆ (ଏଟିଆର ବ୍ୟୁରୋ ) ; ବୁଝୁନି ବାଘୁଣୀ । ବନ ବିଭାଗକୁ କଲାଣି ନାକେଦମ । ତିନି ଦିନରେ ପହଞ୍ଚିଲାଣି ବାଘୁଣୀ ସୁନ୍ଦରୀର ବନ୍ଦୀ ଅଭିଯାନ । ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ବି ଧରା ପଡୁନି ସୁନ୍ଦରୀ । ବାରମ୍ବାର ଖସିପଳାଉଛି ବାଘୁଣୀ । ଶେଷରେ ମଧ୍ୟପ୍ରଦେଶର ଦକ୍ଷ ଓ ଅଭିଜ୍ଞ ଟ୍ରାଙ୍କୁଲାଇଜ ଟିମକୁ ଡକାଇଛି ଓଡିଶା ସରକାର । ଏନେଇ ମଧ୍ୟପ୍ରଦେଶର ସରକାର ରାଜି ମଧ୍ୟ ହୋଇଛନ୍ତି । ତେବେ ମଧ୍ୟପ୍ରଦେଶର ଟ୍ରାଙ୍କୁଲାଇଜ ଟିମ ଓଡିଶା ପହଞ୍ଚିଗଲେ ସୁନ୍ଦରୀକୁ ଅତିଶିଘ୍ର ଧରାଯାଇପାରିବ ବୋଲି ସାତକୋଶିଆ କ୍ଷେତ୍ର ନିଦେର୍ଶକ ତଥା ଅତିରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ଡା କହିଛନ୍ତି ।
ଅନ୍ୟପଟେ ବାଘ ଧରିବା ନିମନ୍ତେ ବନ ବିଭାଗ ପକ୍ଷରୁ ଅନ୍ୟ ଏକ ବାଟ ବାହାର କରାଯାଇଛି । ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ ସାହାର୍ଯ୍ୟରେ ଅଚେତ ନ କରି ସାମାନ୍ୟ ଅବସ୍ତାରେ ଧରିବାକୁ ବନ ବିଭାଗ ଚିନ୍ତା କରିଛି । ସୁନ୍ଦରୀକୁ ଯନ୍ତା ସାହାର୍ଯ୍ୟରେ ଧରିବାକୁ ଯୋଜନା କରିଛି ବନ ବିଭାଗ । ବାଘୁଣୀ ବନ୍ଦୀ ହେବା ପରେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ବନ୍ଦୀ ମଧ୍ୟ କରାଯାଇପାରିବ ବୋଲି ବନ ବିଭାଗ ଆଶା କରିଛି ।
ସେପଟେ ବାଘୁଣୀ ଡରରେ ବିଦ୍ୟାଳୟ ଖୋଲା ଥିବା ବେଳେ ପିଲାମାନେ ସ୍କୁଲ ଯାଉନାହାନ୍ତି । ବିଶେଷ କରି ଅଭିଭାବକ ମାନେ ନିଜ ପିଲାଙ୍କୁ ବିଦ୍ୟାଳୟ ଛାଡିବାକୁ ରାଜିହେଉନାହାନ୍ତି । ତେବେ ବାଘ ଧରାପଡିବା ପରେ ଯାଇ ପରିସ୍ଥିତି ସାମାନ୍ୟ ହେବ ବୋଲି ଜଣାପଡିଛି ।