ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ୧୯୯୯ ମସିହା ମହାବାତ୍ୟାକୁ ଆଜି ୧୯ ବର୍ଷ ପୁରିଲା । ସେ ଦିନର କଥା ମନେ ପଡିଗଲେ ଆଜିବି ଦେହ ଶିତେଇ ଉଠୁଛି । କାରଣ ଚାହୁଁ ଚାହୁଁ ସବୁ କିଛି ଭାସି ଯାଇଥିଲା ଆଖି ସାମ୍ନାରେ । କାହାର ଧନ ସମ୍ପତ୍ତି ପାଣିରେ ଲିନ ହୋଇଯାଇଥିଲା ତ ଆଉ କାହାର ପରିବାରର ଲୋକ ପାଣିରେ ଭାସିଯାଇଥିଲେ । ଏହି ବାତ୍ୟା ଉଜାଡି ଦେଇଥିଲା ଅନେକ ପରିବାର । କେବଳ ମଣିଷ ନୁହେଁ ଗାଇ ଗୋରୁ ପଶୁ ସମେତ ଅନେକ ଘର ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ଯାହା କେବେ ବି ଭରଣ ହୋଇପାରିବ ନାହିଁ । ଓଡିିଶାର ସବୁଜିଲ୍ଳାରେ ଏହାର ପ୍ରଭାବ । କିନ୍ତୁ ବିଶେଷ କରି କଟକ,ଜଗତସିଂହପୁର,ଗଞ୍ଜାମ,ଗଜପତି,ଭଦ୍ରକ,କେନ୍ଦ୍ରାପଡା ଜିଲ୍ଲାରେ ଏହାର ପ୍ରଭାବ କରାଳ ରୂପ ଧାରଣ କରିଥିଲା ।
ସ୍ୱଣ୍ଣମୟୀ ଓଡିିଶାକୁ ଗ୍ରାସ କରିବା ପଇଁ ଯେପରି ଏହି ବାତ୍ୟା ଆସିଥିଲା । ତେବେ ଆଜିର ଦିନରେ ସବୁ କିଛି ହଜି ଯାଇଥିଲା । ତେବେ ଏହି ବାତ୍ୟାରେ ପ୍ରଭାବିତ ହୋଇଥିବା ଗାଁ ଆଜିବି ବହୁ ପଛରେ ପଡିରହିଛିି । ଯଦିବି ସରକାର କିଛି ସହାୟତାର ହାତ ବଢ଼ାଇ ଗାଁ ଗୁଡିକୁ ବିକାଶ ପଥରେ ଆଗେଇ ନେଇଛନ୍ତି । କିନ୍ତୁ ବାତ୍ୟାରେ ହଜି ଯାଇଥିବା ଅମୂଲ୍ୟ ସମ୍ପଦ କଥା ଆଜିର ଦିନରେ ମନେ ପଡିଯାଉଛି । ଯାହାକି ହୃଦୟ ବିଦାରି ଦେଉଛି । ଏହି ବାତ୍ୟାରେ ବହୁ ଲୋକ ବାସ ହରା ହୋଇ ଆଜି ପର୍ଯ୍ୟନ୍ତ ଯାଯାବର ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି । ସବୁଠାରୁ ବହୁତ କଷ୍ଟ ଲାଗେ ଜଗତସିଂହପୁରର ଏରସମା ବ୍ଳକ ଗଡ ବିଶିନିପୁର ପଞ୍ଚାୟତର ଜୁଣବେଣୀ ଗାଁ କଥା ମନେପଡିଗଲେ । କାରଣ ଏହି ଗାଁର ୩୦୫ ଜଣ କିଏ କେଉଁ ଆଡେ ଭାସିଗଲେ କୈାଣସି ଠିକଣା ମିଳିନଥିଲା ।