ସୁନ୍ଦରଗଡ (ଏଟିଆର ବ୍ୟୁରୋ) ; ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ । ପୁଣି ଥରେ ନଜରକୁ ଆସିଛି ଏକ ଲଜ୍ୟା ଜନକ ଘଟଣା । ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ସ୍ଥାନୀୟ ବଣାଇ ସବ ଡିଭିଜନ ଅନ୍ତର୍ଗତ ଲହୁଣିପଡା ଅଞ୍ଚଳରେ । ଚାରି ଜଣ ଯୁବକ ଜଣେ ନାବାଳିକାକୁ ଘରେ ଛାଡିଦେବା କହି ଗାଁ ଛକରୁ ଡାକି ନେଇଥିଲେ । ବିଶ୍ୱାସରେ ନବାଳିକ ଜଣକ ବସିପଡିଥିଲା ସେମାନଙ୍କ ସହ । କିନ୍ତୁ ଯୁବକଙ୍କ ମନରେ ମନ୍ଦ ଉଦ୍ଦେଶ୍ୟ ଥିଲା । ଏଣୁ ବାଟରେ ପଡୁଥିବା ବିଲ ମଝିରେ ଯାହା କଲେ ତାହା ଶୁଣିଲେ ରକ୍ତ ଗରମ ହୋଇଯିବ । କାରଣ ଜଣେ ନିଷ୍ପାପ ନାବାଳିକାକୁ ଚାରି ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ନାବାଳିକା ଜଣଙ୍କ ଘରେ ପହଞ୍ଚିବା ପରେ ସବୁ ଘଟଣା କହିଥିଲା । ପରେ ନାବାଳିକାର ପରିବାର ଥାନାରେ ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଯୁବକଙ୍କ ନାମରେ ଏତଲା ଦେବା ପରେ ପୋଲିସ ଏହି ଚାରି ଜଣ ଯୁବକଙ୍କୁ ଅଟକ ରଖିବା ସହ ପଚରା ଉଚରା କରୁଛି । ଏଥି ସହ ଏହି ଯୁବକଙ୍କ ମାନଙ୍କ ପାଖରୁ ଏକ ବାଇକ ଜବତ କରିଛି ପୋଲିସ । ତେବେ ଦୋଷୀଙ୍କୁ ଆଇନ ଅନୁଯାୟୀ ଏଭଳି ଏକ କଠୋର ଦଣ୍ଡ ଦିଆଯାଉ ଯାହାକୁ ଦେଖିଲେ ଆଗକୁ ଆଉ କେହି ଏଭଳି ଭୁଲ କରିବେନି ବୋଲି କହିଛନ୍ତି ପିଡିତାର ପରିବାର ଲୋକ ।