ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ହାଇକୋର୍ଟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଆଇନଜୀବୀ । ୨ ମାସରୁ ଅଧିକ ସମୟ ଆଇନଜୀବୀଙ୍କ ଆନ୍ଦୋଳନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାର ବିଚାର କରିବା ପରିବର୍ତ୍ତେ ଏଥିରେ ରାଜନୀତି ପୁରଉଥିବା ରୁ ଆଜି କୁଶପୁତ୍ତଳିକା ଦାହ କରାଯାଇଛିି । ହାଇକୋର୍ଟ ବାର ଅସୋସିଏସନ ପକ୍ଷରୁ ଆଜି ଏଭଳି କରିଥିବା ଦେଖିବାକୁ ମିଳିଛି । କେବଳ ହାଇକୋର୍ଟରେ ନୁହେଁ ଭଦ୍ରକ ଜିଲ୍ଳା କୋର୍ଟ ଏବଂ ଅନୁଗୋଳ ଜିଲ୍ଲା କୋର୍ଟରେ ମଧ୍ୟ ଏଭଳି କରାଯାଇଛି ।
ଆଇନଜୀବୀଙ୍କୁ ପୋଲିସର ମାଡ ମାରିବା ଘଟଣାରେ ଦୀର୍ଘ୨ ମାସରୁ ଅଧିକ ଦିନ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ ରଖିଛନ୍ତି ଆଇନଜୀବୀମାନେ । ତେବେ କାର୍ଯ୍ୟ ବନ୍ଦ ହେବା ଫଳରେ କ୍ଷତି ହେଉଥିବାରୁ ବିଡେଡି ଲିଗାଲଫ୍ରଣ୍ଟର ଆଇନଜିବୀ ମାନେ ଆନ୍ଦୋଳନରୁ ଓହରି ପୁନର୍ବାର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ଆନ୍ଦୋଳନ ଜାରୀ ୧୨୦ ବାର ଆସୋସିଏସନର ଆଇନଜୀବୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ଏଣୁ ଆଇନଜିବୀ ମାନେ ଅଭିଯୋଗ କରିଛନ୍ତି କି ସରକାର ଆମ ମଧ୍ୟରେ ଫାଟ ସୃଷ୍ଟି କରି ଦୁଇଟି ଗୋଷ୍ଠୀ କରିଛନ୍ତି । ଏହାକୁ ନେଇ ବିଜେଡିକୁ କଗ୍ରେସ ପକ୍ଷରୁ ମଧ୍ୟ କଡା ସମାଲୋଚନା କରାଯାଇଥିଲା । ଏବଂ ୨ ତାରିଖ ଭିତରେ ସରକାର ଯଦି କୈାଣସି ବିଚାର ନକରିବେ ତେବେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।