କେରଳ (ଏଟିଆର ବ୍ୟୁରୋ ) ; ପାଠ ପଢା ଆଗରେ ହାର ମାନିଛି ବୟସ । ପାଠ ପଢିବାପାଇଁ କୌଣସି ବୟସ ସୀମା ନଥାଏ । ଯେତେ ପାଠ ପଢିଲେ ବି ପାଠପଢା କେବେ ସରିନଥାଏ । ଏହା ପ୍ରମାଣ କରି ଦେଖାଇଛନ୍ତି କେରଳର କାର୍ତ୍ତିୟାନୀ ଆମ୍ମା । ୯୬ ବର୍ଷ ବୟସ ହେଲେ ବି ମନରୁ ଛାଡିନି ପାଢପଢାର ନିଶା । ଶେଷରେ ଜୀବନର ଶେଷ ସମୟରେ ବି ନିଜ ଦକ୍ଷତା ଦେଖାଇ ସମସ୍ତଙ୍କ ମଧ୍ୟରେ ଟପ୍ପର ହେଲେ ଏହି ୯୬ ବର୍ଷିୟ ବୃଦ୍ଧା ।
କେରଳର ସାକ୍ଷରତା ପରୀକ୍ଷାରେ କାର୍ତ୍ତିୟାନୀ ଆମ୍ମା ମୋଟ ୧୦୦ ନମ୍ବରରୁ ୯୮ ନମ୍ବର ରଖି ଟପ୍ପର ହୋଇଛନ୍ତି । ଯାହାକୁ ନେଇ ଏବେ ସାରା ଭାରତରେ ଚର୍ଚ୍ଚା । ଖାଲି ସେତିକି ନୁହେଁ ସେ ପଞ୍ଚମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ଭଲ ପଦର୍ଶନ କରିଛନ୍ତି । ତାଙ୍କର ଏପରି ପ୍ରଦର୍ଶନ ପାଇଁ ଗତକାଲି କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।
ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୯୬ ବର୍ଷ ବୟସରେ ମଧ୍ୟ ଆମ୍ମାଙ୍କର ପାଠ ପ୍ରତି ରୁଚି ଛାଡିନି । ସେ ଯେତେ ପାଠ ପଢିବେ ସେତେ ଅଧିକ ନମ୍ବର ରଖିବେ ବୋଲି ଖୋଦ ଆମ୍ମା କହିଛନ୍ତି । ଛୋଟ ପିଲା ମାନେ ପାଠ ପଢିବାର ସେ ଦେଖନ୍ତି ତେବେ ସେମାନଙ୍କ ପାଠ ପଢା ଦେଖି ଆମ୍ମା ମଧ୍ୟ ପାଠ ପଢିବେ ବୋଲି ମନସ୍ଥ କରିଥିଲେ ।
ସେପଟେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିସାରିଲା ପରେ ସେ କମ୍ପ୍ୟୁଟର ଶିଖିବେ ଓ ଫାଙ୍କା ସମୟରେ ଟାଇପିଂ କରିବେ ବୋଲି ଆମ୍ମା କହିଛନ୍ତି । ତାଙ୍କର ଏଭଳି ଧର୍ଯ୍ୟ ଓ ଇଚ୍ଛାଶକ୍ତି ଦେଖି କେରଳ ସହ ସମଗ୍ର ଭାରତରେ ତାଙ୍କ ପ୍ରଶଂସା କରାଯାଇଛି । ୯୬ ବର୍ଷ ବୟସରେ ମଧ୍ୟ ଆମ୍ମା ସୁସ୍ଥ ଅଛନ୍ତି । ସେ ନିଜ କାମକୁ ନିଜେ ହିଁ କରନ୍ତି । ଘରର କାମ ଛଡା ସେ ଅହୁରି ଅନେକ କାମ ମଧ୍ୟ କରିଥାଆନ୍ତି ।