ମଧ୍ୟପ୍ରଦେଶ (ଏଟିଆର ବ୍ୟୁରୋ): ବିଭିନ୍ନ ପରମ୍ପରାକୁ ନେଇ ଦେଶରେ ଅନେକ ଭିନ୍ନ ଭିନ୍ନ ମନ୍ଦିର ରହିଛି । ଏଥି ମଧ୍ୟରୁ କିଛି ମନ୍ଦିରରେ ରହସ୍ୟ ମଧ୍ୟ ଯୋଡି ହୋଇଛି । ଯାହା ହୁଏତ ସମସ୍ତଙ୍କୁ ଜଣାନଥିବ । ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ରାତିରେ ରହିପାରି ନାହାନ୍ତି । ଏହାସହିତ ସେଠାରେ ରାତିରେ ରହିବା ପାଇଁ ମଧ୍ୟ ବ୍ୟାନ କରାଯାଇଛି ।
ଆଜ୍ଞା ହଁ ମଧ୍ୟପ୍ରଦେଶ ଚିତ୍ରକୁଟର ସମିପ ଜିଲ୍ଲାରେ ତ୍ରିକୁଟା ପାହାଡ ଉପରେ ମା’ ଶାରଦାଙ୍କ ମନ୍ଦିର ଅବସ୍ଥିତ । ଯାହାଙ୍କୁ ଲୋକେ ମୋହର ଦେବୀ ନାମରେ ଜାଣିଥାନ୍ତି । କୁହାଯାଏ କି ଏହି ମନ୍ଦିରରେ ଯେଉଁ ବ୍ୟକ୍ତି ରହିବାକୁ ଚେଷ୍ଟା କରନ୍ତି ତାଙ୍କୁ ମୃତ୍ୟୁ ର ସାମ୍ନା କରିବାକୁ ପଡିଥାଏ ।
ମା’ ସତୀ ଯେତେବେଳେ ଭଗବାନ ଶିବଙ୍କର ଅପମାନିତ ହେଉଥିବାର ଜାଣିଥିଲେ ସେତେବେଳେ ସେ ଅଗ୍ନିକୁଣ୍ଡକୁ ଡେଇଁ ପ୍ରାଣ ଆହୁତି ଦେଇ ଦେଇ ଥିଲେ । ଏହାପରେ ମହାଦେବ କ୍ରୋଧିତ ହୋଇ ସତୀଙ୍କର ପ୍ରାର୍ଥିବ ଶରୀରକୁ କାନ୍ଧରେ ଉଠାଇ ନେଇଥିଲେ ।
ତାପରେ ଭଗବାନ ଶିବ ତାଣ୍ଡବ କରିଥିଲେ । ସେତେବେଳେ ବ୍ରହ୍ମାଣ୍ଡର ଭଲ ପାଇଁ ଭଗବାନ ବିଷ୍ଣୁ ସତୀଙ୍କ ଶରୀରକୁ ୫୨ ଭାଗରେ ବିଭାଜିତ କରିଦେଇଥିଲେ । ଯେଉଁଠି ବି ସତୀଙ୍କ ଶରୀରର ଅଂଶ ପଡିଥିଲା ସେଠି ଶକ୍ତିପୀଠ ନିର୍ମାଣ ହୋଇଗଲା । କୁହାଯାଏ କି ଏହି ସ୍ଥାନରେ ମଧ୍ୟ ମା’ଙ୍କ ହାତ ପଡିଥିଲା ।
ପ୍ରତ୍ୟେକ ଦିନ ରାତିରେ ଏହି ମନ୍ଦିରକୁ ବନ୍ଦ ରଖା ଯାଏ । ଏଠାରେ ସବୁଦିନ ରାତିରେ ‘ଆହ୍ଲା’ ଏବଂ ‘ଉଦଲ’ ନାମକ ଦୁଇ ଚିରଞ୍ଜିବି ଦର୍ଶନ କରିବାକୁ ଆସିଥାନ୍ତି । ଏହି ସମୟରେ ଯଦି କେହି ବ୍ୟକ୍ତି ମନ୍ଦିରରେ ରହିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କର ମୃତ୍ୟୁ ହୋଇ ଯାଇଥାଏ ।
ଏଠାକାର ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ‘ଆହ୍ଲା’ ଏବଂ ‘ଉଦଲ’ ହେଉଛନ୍ତି ଯିଏ ପୃଥ୍ୱିବୀ ରାଜ ଚୌହାନଙ୍କ ସହ ଯୁଦ୍ଧ କରିଥିଲେ । ସେ ଦୁହେଁ ମଧ୍ୟ ମା’ ଶାରଦାଙ୍କ ବଡ ଭକ୍ତ ଥିଲେ । ଦୁହିଁଙ୍କ ଦ୍ୱାରା ପ୍ରଥମେ ମା’ଙ୍କ ମନ୍ଦିର ଖୋଜା ଯାଇଥିଲା । ଏହି ମନ୍ଦିରେ ଆହ୍ଲା ୧୨ ବର୍ଷ ତପସ୍ୟା କରି ଦେବୀଙ୍କୁ ଖୁସି କରିଥିଲେ ।