ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଲୋକ ଚାହୁଁଛନ୍ତି ନରେନ୍ଦ୍ର ମୋଦି ପୁଣି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ପାଖାପାଖି ୬୩% ଭାରତୀୟ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ଏକ ସର୍ଭେରେ ଜଣାପଡିଛି । ନିକଟରେ ଅନଲାଇନ ମାଧ୍ୟମରେ ହୋଇଥିବା ସର୍ଭେରୁ ଏପରି ଅନୁମାନ କରାଯାଇଛି ।
୬୩% ଭାରତୀୟ ସନ୍ତୁଷ୍ଠ ହୋଇ ମୋଦିଙ୍କ ଶାସନକୁ ପୂର୍ଣ୍ଣ ସହମତ ଦେଇଥିବା ବେଳେ ୫୦ ପ୍ରତିଶତ ଲୋକ ମୋଦି ପ୍ରଧାନମନ୍ତ୍ରୀ ହେଲେ ଦେଶର ଭବିଷ୍ୟତ ଉଜ୍ୱଳ ହେବ ବୋଲି ଆଶା ରଖିଛନ୍ତି । କିଛିଦିନ ତଳେ ନ୍ୟୁଜ୍ ପୋର୍ଟାଲ ‘ଡେଲି ହଣ୍ଟ୍’ ଏବଂ ‘ନେଲସନ ଇଣ୍ଡିଆ’ ଦ୍ୱାରା କରାଯାଇଥିବା ସର୍ଭେରେ ଏପରି ଆକଳନ କରଯାଇଛି । ଏହି ସର୍ଭେରେ ୫୪ ଲକ୍ଷ ଲୋକ ସାମିଲ ହୋଇ ନିଜ ନିଜର ମତ ରଖିଥିଲେ ।
ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତ ଲୋକ ମୋଦିଙ୍କ ବିଗତ ୪ ବର୍ଷ ଶାସନରେ ସନ୍ତୁଷ୍ଟ ଥିବା ବେଳେ ୫୦ ପ୍ରତିଶତ ଲୋକେ ମୋଦି ପୁଣି ଶାସନକୁ ଆସିଲେ ସେମାନଙ୍କର ଭବିଶ୍ୟତ ଉତ୍ତମ ହେବ ବୋଲି ଆଶା ରଖିଛନ୍ତି । ଏହି ସର୍ଭେରେ ରାହୁଲ ଗାନ୍ଧୀଙ୍କୁ ମାତ୍ର ୧୭% ପ୍ରତିଶତ ଲୋକେ ପସନ୍ଦ କରିଛନ୍ତି । ସେହି ଭଳି ଆପର ଅରବିନ୍ଦ କେଜ୍ରିୱାଲଙ୍କୁ ୮% ପ୍ରତିଶତ , ଅଖିଳେଶ ଯାଦବଙ୍କୁ ୩% ପ୍ରତିଶତ ଓ ମାୟାବତୀଙ୍କୁ ୨% ପ୍ରତିଶତ ଲୋକେ ପସନ୍ଦ କରିଛନ୍ତି ।
ମୁସଲିମ ଭୋଟରଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଅଧିକ ପସନ୍ଦ କରାଯାଇଛି । ତେବେ ମୋଦି ହିଁ ଦେଶକୁ ଠିକ ରାସ୍ତାରେ ନେବେ ବୋଲି ୬୩% ପ୍ରତିଶତ ଲୋକେ ମତ ରଖିଛନ୍ତି । ସେପଟେ ଏହି ସର୍ଭେ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ମୋଦି ସରକାର ଲୋକଙ୍କ ବିଶ୍ୱାସ ହରାଇସାରିଛି । ଏଭଳି ମିଛ ସର୍ଭେର ସାହାର୍ଯ୍ୟରେ ପୁଣିଥରେ କ୍ଷମତାକୁ ଆସିବାକୁ ବିଜେପି ଚାହୁଁଛି ବୋଲି କଂଗ୍ରେସ କହିଛି ।