ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; କେନ୍ଦ୍ର ସରକାର ଓଡିଶା ପ୍ରତି ଅବହେଳା କରିଛନ୍ତି । ରାଜ୍ୟକୁ ସାବତ ପୁଅ ଭଳି ଦେଖୁଛନ୍ତି କେନ୍ଦ୍ର ସରକାର । ଏଣୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଶାସକ ବିଜେଡି । ଆସନ୍ତା ୫,୬,୮ ତାରିଖରେ ସବୁ ପିଏସୟୂ ଆଗରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯିବ । ଶିଳ୍ପ କରିଡରେ ଓଡିଶାକୁ ସାମିଲ ନ କରିବା ଦୁର୍ଭାଗ୍ୟଜନକ । ଖଣିଜ ସମ୍ପଦଭରା ଓଡିଶାକୁ ସମୃଦ୍ଦ କରିବାକୁ ଚାହୁଁଥିବା ୨୦୧୪ ନିର୍ବାଚନରେ ବିଜେପି ସରକାର ଓଡିଶାକୁ ପ୍ରତିଶ୍ରୃତି ଦେଇଥିଲା । କିନ୍ତୁ ଏହା ପାଳନ ନକରିଥିବାରୁ ଆଜି ବିଜେଡି ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ଦଳର ସାଧାରଣ ସଂପାଦକ ସଞ୍ଜୟ ଦାଶ ବର୍ମା ।
ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ ସବୁବେଳେ ତୁ ତୁ ମେଁ ମେଁ ଲାଗି ରହିଛି । କେନ୍ଦ୍ର ସରକାର ସବୁବେଳେ ରାଜ୍ୟକୁ ଅବହେଳା କରୁଥିବାରୁ ଆଜି ବିଜେଡି ପ୍ରଶ୍ନ କରିଛି କି ୨ କୋଟି ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ କୁଆଡେ ଗଲା ? ରାଷ୍ଟ୍ରୀୟ ଉଦ୍ୟେଗରେ କେତେ ନିଯୁକ୍ତି ମିଳିଛି ? ଏଭଳି ଅନେକ ପ୍ରଶ୍ନ କରିଛି ବିଜେଡି । ଜିଏସଟି ପାଇଁ ଓଡିଶ।।ର ଶିଳ୍ପସଂସ୍ଥା ଗୁଡିକ ମଧ୍ୟ ପ୍ରଭାବିତ ହୋଇଛି । କେନ୍ଦ୍ରୀୟ ପିୟୁସିମାନେ ଓଡିଶାରୁ କୋଟି କୋଟି ଟଙ୍କା ନେଉଥିବା ବେଳେ ଓଡିଶା ଯୁବଶକ୍ତି ପ୍ରତି ସରକାର ଏତେ ଉଦାସିନ ଭାବ କଣ ପାଇଁ । ବିଜେଡ଼ି ଯୁବ-ଛାତ୍ର ପକ୍ଷରୁ ରାଜ୍ୟବ୍ୟାପୀ କେନ୍ଦ୍ରୀୟ ପିଏସୟୁ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ବିଜେଡ଼ିର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ।