ସମ୍ବଲପୁର (ଏଟିଆର ବ୍ୟୁରୋ) ; ସ୍ୱାମୀ ହେଉଛନ୍ତି ଇହକାଳ ପରକାଳର ଦେବତା । ସ୍ୱାମୀ ଉପରେ ସ୍ତ୍ରୀର ପ୍ରଗାଢ଼ ଭଲ ପାଇବା ଥାଏ । କିନ୍ତୁ ନିଜର ସ୍ୱାର୍ଥ ପାଇଁ ବେଳେ ସ୍ତ୍ରୀକୁ ହତ୍ୟା କରିଥାଏ ସ୍ୱାମୀ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଳାର ନାକଟିଦେଉଳ ହିତସରା ଗାଁରେ । ସୂଚନା ମୂତାବକ ନିଜ ସ୍ତ୍ରୀକୁ ବଳି ଦେଇଛି ଦୁର୍ବୃତ୍ତ । ଅଭିଯୋଗ ହୋଇଥିବା ବ୍ୟକ୍ତି ଜଣକ ହେଲେ ଚଗଲା ସେଠୀ ଏବଂ ମୃତକ ଜଣକ ହେଲେ ସୁଲୋଚନା ସେଠୀ । ଗତ ୨୯ ତାରିଖରେ ସ୍ତ୍ରୀ ସୁଲୋଚନାକୁ ବଳି ଦେଇ ଜଙ୍ଗଲରେ ଫୋପାଡି ଦେଇ ଆସିଥିଲା ଅଭିଯୁକ୍ତ । ରାତିରେ ଶୋଇଥିବା ସମୟରେ ଟାଙ୍ଗିଆରେ ହତ୍ୟା କରି ଗାଁ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ନେଇ ଫୋପାଡି ଦେଇଥିଲା । ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଥିଲା ।
ଏହି ଘଟଣା ସମ୍ପର୍କରେ ସୁଲୋଚନାଙ୍କ ଭାଇ ଖବର ପାଇବା ପରେ ପୋଲିସରେ ଏତଲା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଦ଼ାର କରିବା ସହ ଟାଙ୍ଗିଆକୁ ଜବତ କରିଛି । ପୋଲିସ ଶବକୁ ଜବତ କରିବା ପାଇଁ ଆସିଥିବା ବେଳେ ଚାପା ଉତ୍ତେଜନା ଦେଖାଦେଇଥିଲା । ତେବେ ଅଭିଯୁକ୍ତ ଜଣଙ୍କ ମାନସିକ ବିକୃତ ବୋଲି କହିଛନ୍ତିି ସଂଜୀବ ଅରୋରା । କାରଣ ଏହି ଦୁବୃର୍ତ୍ତ ଜଣକ ନିଜର ପୁଅ ଝିଅଙ୍କୁ ମଧ୍ୟ ଏହା ପରେ ବଳି ଦେବାର ଯୋଜନା ରଖିଥିଲା । ତେବେ ଏହି ଯୋଜନା ସଫଳ ହେବା ଆଗରୁ ପୋଲିସ ଏହି ଦୁର୍ବୃତ୍ତକୁ ଗିରଫ କରିଛି । ଏବଂ ଘଟଣାସ୍ଥଳରେ ପୋଲିସର ସାଇଣ୍ଟଫିକ ଟିମ ପହଁଞ୍ଚି ଅଧିକ ତଦନ୍ତ ଜାରି କରିଛି ।