ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଭୋଟରଙ୍କ ମନ ଜିଣିବା ପାଇଁ ରାଜନୈତିକ ଦଳମାନେ ଆରମ୍ଭ କରିଦେଇଛନ୍ତି ନାରାବାଜି । ଏବେ ରାଜ୍ୟରେ ବିଜେପି ଏବଂ ବିଜେଡି ମଧ୍ୟରେ ସବୁବେଳେ ଲାଗିରହିଛି ପ୍ରତିଦ୍ୱନ୍ଦିତା । ରାଜ୍ୟର ପ୍ରତ୍ୟେକଟି ସମସ୍ୟାକୁ ନେଇ ମୁହାଁମୁହିଁ ହେଉଛନ୍ତି ଉଭୟ ରାଜନୈତିକ ଦଳ ତେବେ ଏବେ ଏକ ବଡ ପ୍ରସଙ୍ଗକୁ ନେଇ ଦୁଇ ଦଳ ମଧ୍ୟରେ ଲାଗିଛି ଖଣ୍ଡଯୁଦ୍ଧ । ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ଦୋଷ ବିଜେଡିକୁ ସମାଲୋଚନା କରିଛି ବିଜେପି । ଦୀର୍ଘ ୧୮ ବର୍ଷର ଶାସନ ମଧ୍ୟରେ ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୋଇଥିବା କହିଛି ରାଜ୍ୟ ବିଜେପି । ସରକାର କେବେ ରାଜ୍ୟର ଯୁବପିଢ଼ିଙ୍କ ପାଇଁ କିଛି କୈାଣସି ବି ପଦକ୍ଷେପ ନେଉ ନାହାଁନ୍ତି ଫଳରେ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କାରଣ ୨୦୧୪ରେ ଏମ୍ପଲୟମେଣ୍ଟଏକ୍ସଚେଞ୍ଜରେ ୨ ଲକ୍ଷ ୨୮ ହଜାର ଯୁବକ ଯୁବତୀଙ୍କୁ ପଞ୍ଜିକୃତ କରାଇଥିଲେ । ଏହି ଯୁବକ ଯୁବତୀମାନେ ୧୦୦ ଟଙ୍କା ଲେଖାଏଁ ଦେଇ ପଞ୍ଜିକୃତ କରାଇ ଥିଲେ । ବର୍ତ୍ତମାନ ସୁଦ୍ଦା ମାତ୍ର ୧୧୪୪ ଜଣଙ୍କୁ ନିଯୁକ୍ତି ମିଳିଛି । ବାକି ପ୍ରାର୍ଥୀଙ୍କ ପଇସାକୁ ରାଜ୍ୟ ସରକାର କଣ କଲେ ବୋଲି ପ୍ରଶ୍ନ କରିଛି ବିଜେପି । ଏଣୁ ଆଜି ଏମ୍ପଲୟମେଣ୍ଟଏକ୍ସଚେଞ୍ଜ ଆଗରେ ତାଲା ପକାଇବ ।
ସେପଟେ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାର ନିର୍ବାଚନ ଜିତିବା ବେଳେ ୨ କୋଟି ବେକାର ଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୃତି ଦେଇଥିଲେ । ମାତ୍ର ଏହା ଫଳ ପ୍ରଦ ହୋଇନାହିଁ ଫଳରେ ଏଣୁ ଆଜି ପିୟୂସି ଆଗରେ ଧାରଣା ଦେବ ବିଜେଡି । ଗୋଟିଏ ପ୍ରସଙ୍ଗକୁ ନେଇ ଦୁଇ ରାଜନୈତିକ ଦୋଷାରୋପକୁ ସାଧାରଣ ଲୋକ ଉଭୟଙ୍କୁ ଘୋର ନିନ୍ଦା କରିଛନ୍ତି ।