ଛତିଶଗଡ (ଏଟିଆର ବ୍ୟୁରୋ) ; ଆଜି ସକାଳୁ ସକାଳୁ ଛତିଶଗଡରେ ଆରମ୍ଭ ହୋଇ ଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନିର୍ବାଚନକୁ ବନ୍ଦ କରିବା ପାଇଁ ନକ୍ସଲ ମାନେ ଗତ କାଲି ଆତଙ୍କ କରିଥିଲେ ମଧ୍ୟ ଆଜି ସକାଳୁ ଭୋଟରମାନେ ମନ ଖୁସିରେ ଭୋଟ ଦେବାକୁ ଆସିଛନ୍ତି । କଡା ସୁରକ୍ଷାରେ ଚାଲିଛି ଭୋଟିଂ । ନକ୍ସଲଙ୍କ ଧମକ ସତ୍ୱେ ଲୋକମାନେ ଆଗ୍ରହର ସହ ଭୋଟ ଦେବାକୁ ଯାଉଛନ୍ତି । ମତଦାନ କେନ୍ଦ୍ର ଉଡାଇ ଦେବା ପାଇଁ ଧମକ ଦେଇଥିଲେ ନକ୍ସଲ । ତେବେ ସୁକମା ଜିଲ୍ଲାର ଭେଜି ଏବଂ ବାନ୍ଦାରେ କଡା ସୁରକ୍ଷାରେ ଚାଲିଛି ମତଦାନ । ଏବଂ ଏହି ସ୍ଥାନରେ ଗଛତଳେ ଭୋଟଦାନ କେନ୍ଦ୍ର କରାଯାଇଛି ।
ଆଜି ୧୮ଟି ନିର୍ବାଚନ ମଣ୍ଡଳିରେ ଚାଲିଛି ମତଦାନ । ୩୧ ଲକ୍ଷ ୭୯ ହଜାର ୫୨୦ ଭୋଟର ୧୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ । ୧୦ଟି ନିର୍ବାଚନ ମଣ୍ଡଳିରେ ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ କରାଯିବା ବେଳେ ବାକି ୮ଟି ନିର୍ବାଚନ ମଣ୍ଡଳିରେ ସକାଳ ୮ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୩୩୬ଟି ପୋଲିଂ ବୁଥ କରାଯାଇଛି । ବସ୍ତର ୭ଟି ମାଓ ପ୍ରଭାବିତ ଅଞ୍ଚଳରେ ଆଜି ମତଦାନ କରାଯିବ । ତେବେ ମାଓବାଦୀ ପ୍ରବଣ ଅଞ୍ଚଳରେ ଡ୍ରୋନ କ୍ୟାମେରାରେ ସବୁ ଚିତ୍ର କଏଦ କରାଯାଉଥିବା ଦେଖିବାକୁ ମିଳିଛି ।